ରାହାମା ବଡ଼ ବଜାର ପୂଜା କମିଟି ଆନୁକୂଲ୍ୟ ରେ ମା ଧନଦାହୀ ଙ୍କ ପୂଜା ମହା ଆଡମ୍ବରରେ କରାଯାଇଅଛି।ପୁରୀ ମୁକ୍ତି ମଣ୍ଡପ ଦ୍ଵାରା ଅନୁବନ୍ଧିତ ହୋଇ ମାଙ୍କ ପୂଜା ୫୭ ବର୍ଷ ରେ ପଦାର୍ପଣ କରିଥିବା ବେଳେ ପୁରୀ ରେ ମା ଲଷ୍ମୀ ଙ୍କ ପୂଜା ନିତି ଅନୁସାରେ ଏଠାରେ ମଧ୍ୟ ମା ଗଜଲଷ୍ମୀ ଙ୍କ ପୂଜା ଉକ୍ତ ରିତି ନିତୀ ଅନୁସାରେ କରାଯାଇଥାଏ।ଯାହା କୋହିନୁର ପଞ୍ଜିକା ରେ ରାହାମା ଗଜଲକ୍ଷ୍ମୀପୂଜା ଲିଖିତ।୧୯୭୮ ମସିହା ରେ ସ୍ବର୍ଗତ ଅଦୈତ ଲେଙ୍କା ବଟ କୃଷ୍ଣ ସାହୁ (ବଟ ବାବା)ଓ ଅନ୍ୟ ମାନଙ୍କ ଦ୍ଵାରା ପ୍ରଥମେ ରାହାମା ବଡ଼ ବଜାର ଠାରେ ମା ଗଜଲଷ୍ମୀ ଙ୍କ ପୂଜା ଆରମ୍ଭ କରାଯାଇଥିଲା।କାଳ କ୍ରମେ ମାଙ୍କ ଏହି ପୂଜା ବ୍ୟାପକ ରୂପେ କରାଯାଇଥିବା ଦେଖିବାକୁ ମିଳିଛି।ଚଳିତ ବର୍ଷ ମାଙ୍କ ପୂଜା ୧୫ ଦିନ ଧରି ଚାଲିବ ବୋଲି ପୂଜା କମିଟିର ସଭାପତି ଅଜୟ କୁମାର ସାହୁ ପ୍ରକାଶ କରିଛନ୍ତି।ପୂଜା ମଣ୍ଡପ ଠାରେ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ।ପ୍ରାୟ ୫/୭ ଟି ପଞ୍ଚାୟତ ର ଜନ ସାଧାରଣ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି।ବିଶେଷ କରି ଗୁରୁବାର ଦିନ ସଂନ୍ଧ୍ୟା ଆଳତି ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ମହିଳା ମାନଙ୍କ ଭିଡ ଦେଖି ବାକୁ ମିଳେ ମାଙ୍କ ସ୍ୱାଗତ କରିବା ପାଇଁ ପୂଜା ମଣ୍ଡପ କୁ ରଙ୍ଗିନ ଆଲୋକ ମାଳାରେ ସଜା ଯାଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାଯ୍ୟକର୍ମ ମଧ୍ୟ ଆୟୋଜନ କରାଯାଇଛି ବୋଲି ପୂଜା କମିଟି ପ୍ରକାଶ କରିଛନ୍ତି।