ସମ୍ବଲପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଏସ୍ ଏସ୍ ଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ପୁଲିସ ଅଧିକ୍ଷକ ମୁକେଶ ଭାମୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ସଡ଼କ ବର୍ଗୀକରଣ ତୃଟି ନେଇ ଦୁର୍ଘଟଣା, ଦୁର୍ଘଟଣାର କାରଣ, ବେଆଇନ ପାର୍କିଂ ଏବଂ ଶିଳ୍ପାଞ୍ଚଳ ନିକଟସ୍ଥ ରାସ୍ତାର ସ୍ଥିତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ମୌଳିକ ସୁବିଧା ଥିବା ଟ୍ରକ୍ ଟର୍ମିନାଲର ବ୍ୟବସ୍ଥା କରିବା, ଶିଳ୍ପ ସୁରକ୍ଷା ସୁନିଶ୍ଚିତ କରିବା, ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଫୁଟ୍ କ୍ରସିଂ ବ୍ରିଜ୍, ଶିଳ୍ପ ଗେଟ୍ ନିକଟରେ ଆମ୍ବୁଲାନ୍ସ ଓ କଣ୍ଟ୍ରୋଲ ରୁମ୍, ଆଲୋକିତ ବୋର୍ଡକୁ ନିୟନ୍ତ୍ରଣ,ଧୂଳି ଯୋଗୁଁ ଦୃଷ୍ଟିଶକ୍ତି ନିୟନ୍ତ୍ରଣ ପାଇଁ ଆବଶ୍ୟକ ମୁତାବକ ଜଳ ସିଞ୍ଚନ ଏବଂ ଦୁର୍ଘଟଣାପ୍ରବଣ ଅଞ୍ଚଳର ଇଞ୍ଜିନିୟରିଂ ତ୍ରୁଟିକୁ ଚିହ୍ନଟ କରି ସୁଧାରିବା ପାଇଁ ଉଭୟଜିଲ୍ଲାପାଳ ଓ ଏସ୍ ପି ଶିଳ୍ପ ଅଧିକାରୀମାନଙ୍କୁ ବହୁମୂଲ୍ୟ ପରାମର୍ଶ ଦେଇଥିଲେ। ଉପରୋକ୍ତ ବୈଠକରେ ସମ୍ବଲପୁର ଆରଟିଓ ଶ୍ରୀ ରାମଦାସ ଟୁଡୁ ଓ ବିଭିନ୍ନ ଶିଳ୍ପର ଅଧିକାରୀମାନେ ଉପସ୍ଥିତ ଥିଲେ।