ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଆନ୍ଦୋଳନ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହାର ଦାବି ରହିଛି ।କ୍ରିୟାନୁଷ୍ଠାନ ସମେତ ଅନ୍ୟ ସଙ୍ଗଠନ ମଧ୍ୟ ସାମିଲ ହୋଇ ଆନ୍ଦୋଳନ କୁ ତୀବ୍ରତର କରିବାକୁ ଚେତାବନୀ ଦେଇଛି । ନବରଙ୍ଗପୁର ଜିଲ୍ଲାର କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି କରି ଅହିଂସା ଭାବେ ଆନ୍ଦୋଳନ କରିବାକୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରିଛନ୍ତି । 18 ତାରିଖରେ ବିଦ୍ୟାଳୟ ଗୁଡିକ ଖୋଲା ଯାଇଥିବାରୁ ସମସ୍ତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ 1ରୁ 8ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କ ଅଭିବାବକ ମାନଙ୍କୁ ସୂଚନା ପ୍ରଦାନ କରିବେ ଯେ ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀମାନେ ଯିବେ ନାହିଁ। ଏଭଳି ଅହିଂସା ଆନ୍ଦୋଳନ କରାଯିବ ବୋଲି ସୂଚନା ଦିଆଯାଇଛି। ସରକାର କ୍ରିୟାନୁଷ୍ଠାନ କମିଟିର ଦାବିକୁ ଶୀଘ୍ର ଗ୍ରହଣ କରିବାକୁ ଦାବି ହୋଇଛି ।ନଚେତ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲା ତୀବ୍ରତର ଆନ୍ଦୋଳନ କରାଯିବା ସହ ସ୍ୱତନ୍ତ୍ର ରାଜ୍ୟ ପାଇଁ ଦାବି କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି.