ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ମୁହଁରେ ଓଲଟିଲା ଡଙ୍ଗା। ଡଙ୍ଗା ସହ ଦୁଇ ଉଦ୍ଧାର ଜଣେ ନିଖୋଜ। ନିଖୋଜ ହେଲେ ପାରାଦୀପ ଷଣ୍ଢକୁଦ ଅଞ୍ଚଳର ଗୋପାଲା ସିନୁ ବୋଲି ଜଣାପଡିଛି। ସକାଳୁ ପାରାଦୀପ ମାଛଧରା ବନ୍ଦରରୁ ମାଛଧରା ଡଙ୍ଗା ଟି ମାଛ ଧରିବା ପାଇଁ ସମୁଦ୍ର କୁ ଯାଇ ଫେରୁଥିବା ସମୟରେ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ମୁହଁରେ ଓଲଟି ପଡିଥିଲା। ଫଳରେ ଡଙ୍ଗାର ଥିବା ତିନି ମତ୍ସ୍ୟଜୀବୀ ମାନଙ୍କ ମଧ୍ୟରୁ ଜଣେ ସମୁଦ୍ରରେ ନିଖୋଜ ହୋଇ ଯାଇଥିବା ବେଳେ ଅନ୍ୟ ଦୁଇ ମତ୍ସ୍ୟଜୀବୀ ଡଙ୍ଗାଟିକୁ ଧରି ପକାଇ ଥିଲେ। ଫଳରେ ସେହି ଡଙ୍ଗା ସାହାଯ୍ୟରେ ଦୁଇ ମତ୍ସ୍ୟଜୀବୀ କୂଳକୁ ଫେରି ଆସିଥିବା ବେଳେ ଜଣେ ନିଖୋଜ ହୋଇଥିବା ଜଣାପଡିଛି। ତେବେ ନିଖୋଜ ସିନୁକୁ ପାରାଦୀପ ମେରାଇନ୍ ପୋଲିସ ସମେତ ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ଉଦ୍ଧାର କାର୍ୟ୍ୟ ଜାରୀ ରଖିଛନ୍ତି। ତେବେ ସମୁଦ୍ର ମୁହାଣ ମୁହଁରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଅନେକ ଙ୍କ ଜୀବନ ଚାଲି ଯାଉଥିବା ବେଳେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କାର୍ୟ୍ୟ ଯାରୀ ରହିଛି। ମୁହାଣରେ ପଲଟି ପଡିଥିବା ଡଙ୍ଗା ରେ ଥିବା ଜାଲ ସମେତ ମାଛ ଗୁଡିକ ଭାଷି ଯାଇଥିବା ବେଳେ ବାରମ୍ବାର ସମୁଦ୍ର ମୁହାଣ ମୁହଁରେ ଦୁର୍ଘଟଣା ଘଟୁଥିବାରୁ ଏହି ମୁହାଣ ମୁହଁକୁ ଖୋଳିବା ପାଇଁ ଦାବୀ କରାଯାଉଛି।