ସାଲେପୁର:- ମହାନଦୀ ଚିତ୍ରୋତ୍ପଳା ଦ୍ବିପାଞ୍ଚଳ ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ର ଜନାର୍ଦ୍ଦନପୁର ଠାରେ ଚିତ୍ରୋତ୍ପଳା ଦକ୍ଷିଣ କେନାଲ ର ବଢ଼େଇ ସାହି କେନାଲ ସେତୁରମୁଣ୍ଡ ଅପ୍ରୋଚ ରାସ୍ତା ପ୍ରାୟ 15ଫୁଟ ଓସାର ଗର୍ତ୍ତ ହୋଇଯିବାରୁ ଗ୍ରାମବାସୀ ତଥା ସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଛି | ଗତକାଲି ମଧ୍ୟ ରାତ୍ରରେ ହଠାତ ବିକଟାଳ ଶବ୍ଦକରି ରାସ୍ତା ଭୁଶୁଡି ଯାଇଥିଲା | ପୋଲ ମୁଣ୍ଡ ରାସ୍ତା ଦବିଯିବାରୁ ସାଧାରଣ ଲୋକ ଙ୍କ ଠାରୁ ଆରମ୍ଭ କରି ସ୍କୁଲ ପିଲାମାନେ, ଗୃହ ପାଳିତ ପଶୁ, ରୋଗାକ୍ରାନ୍ତ ଲୋକେ ଜରୁରୀ କାର୍ଯ୍ୟରେ ଯିବା ସମ୍ଭବ ହେଉନାହିଁ | ଏଠାରେ ଉଲ୍ଲେଖନୀୟ ଯେ,ଏହି ଗ୍ରାମ ହେଉଛି ପ୍ରଥମ କାର୍ଗିଲ ସହିଦ ଗୋପୀନାଥ ମହାରଣା ଙ୍କନିଜ ଗ୍ରାମ ଓ ଘରକୁ ଯିବା ପାଇଁ ଏକମାତ୍ର ରାସ୍ତାର ସେତୁ |ଏପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଆସିନଥିବାବେଳେ, ଲୋକେ ଯାତାୟାତ ପାଇଁ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି | ତୁରନ୍ତ ପୋଲମୁଣ୍ଡ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବିକରିଛନ୍ତି |