ସୁବର୍ଣ୍ଣପୁରରେ ବ୍ୟାପିଛି ଡାଇରିଆ ରୋଗ । ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ମେଘେଲା ଗ୍ରାମରେ ଡାଇରିଆ ରୋଗ ୨ ଟି ମୁଣ୍ଡ ନେଇଥିବା ବେଳେ ୧୭ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ମେଘଲା ଗାଁରେ ଉତ୍କଟ ରୂପ ଧାରଣ କରିଛି ଡାଇରିଆ ରୋଗ ଓ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସୋନପୁର ମେଡ଼ିକାଲରେ ମେଘଲା ଗାଁର ଉପେନ୍ଦ୍ର ମଲ୍ଲିକ ଓ ବୁର୍ଲା ମେଡିକାଲରେ ଖଇରୁ ଜାଲଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ଓ ଏନେଇ ମେଡ଼ିକାଲ ଟିମ ଝାଡ଼ାବାନ୍ତି ରେ ଉଭୟଙ୍କ ମୃତ୍ୟୁ ହୋଇନଥିବା ସ୍ପଷ୍ଟୀକରଣ ଦେଇଛନ୍ତି। ଡାଇରିଆ ଆକ୍ରାନ୍ତ ଖବର ପାଇ ଆଜି ମେଘଲା ଗାଁକୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଟିମ୍ ପହଞ୍ଚି ମୃତ ପରିବାରକୁ ଭେଟିବା ସହ ନଳକୂପ ପାଣି ଓ ସାହି ପଡିଶା ପିଇବା ପାଣିକୁ ସଂଗ୍ରହ କରି ପରୀକ୍ଷା ପାଇଁ ଲେବକୁ ନେଇଛନ୍ତି ଓ ବିନିକା ମୋବାଇଲ ହେଲ୍ପ ଟିମ ମେଡିକାଲ ଅଫିସର ଡ଼. ମନୋଜ ପଧାନ ଙ୍କ ନେତୃତ୍ୱରେ ସିଏଚଓ ଦୀପକ କୁମାର ସାଙ୍କ ସହିତ ନିୟୋଜିତ ଆଶା ଓ ଅଙ୍ଗନୱାଡି କର୍ମୀ ଘର ଘର ବୁଲି ସେବା ଓ ଚିକିତ୍ସା ଜାରି ରଖିଛନ୍ତିା ଓଆରଏସ ଦ୍ରବଣ ଓ ହଲୋଜେନ ବଟିକାର ବ୍ୟବହାର ଉପରେ ମଧ୍ୟ ସଚେତନ କରାଯାଇଥିଲା ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମାଇକ୍ରୋବାୟୋଲାଜିଷ୍ଟ୍ ବଲାରୀ ଦାସ ଓ ଡ଼ିଇଓ ନାରାୟଣ ରଥ ପ୍ରମୁଖ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରୁ ଜଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତିା