ଭରତପୁର ଘଟଣା ପରେ ବି ପୋଲିସର ଚେତା ପଶୁନି, ଏବେ କେନ୍ଦ୍ରାପଡ଼ାର ରାଜନଗରରେ ପୁଣି ପୋଲିସର ଦବଙ୍ଗିରି। ପୋଲିସର ଅମାନୁଷିକ ଅତ୍ୟାଚାରର ଶିକାର ହେଲେ ଯୁବକ, ଯୁବକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ହଂସୁଆ ଗୁଳା ଅଂଚଳର ପ୍ରମୋଦ ବିଶ୍ୱାଳ । ରାତି ୯ଟାରେ ପ୍ରମୋଦ ନିଜ ଦୋକାନ ବନ୍ଦ କରୁଥିବା ସମୟରେ ରାଜନଗର ଥାନା ଏସ ଆଇ ନାରାୟଣ ସିଂ ପ୍ରମୋଦଙ୍କୁ ସେହି ଗାଁ ର ଆଉ ଜଣଙ୍କ ଠିକଣା ପଚାରିଥିଲେ । ପ୍ରମୋଦ ମଧ୍ୟ ତାଙ୍କ ଠିକଣା ଦେଇଥିଲେ । ପୋଲିସ ଭ୍ୟାନ ଆଗକୁ ଯାଇ ପୁଣି କିଛି ସମୟ ପରେ ଫେରିଥିଲା ପ୍ରମୋଦଙ୍କ ଦୋକାନ ନିକଟକୁ । କିନ୍ତୁ କଣ ହୋଇଥିଲା ଜେ ପୋଲିସ ବାବୁଙ୍କର ହଠାତ ପ୍ରମୋଦଙ୍କୁ ମିଛ କହିଲି କାହିଁକି କହି ନିର୍ଦ୍ଧୁମ ଠେଙ୍ଗାରେ ମାଡ ମାରି ଲହୁ ଲୁହାଣ କରିଦେଇଥିଲେ । ପ୍ରମୋଦ ଜୀବନବିକଳରେ ଘରକୁ ଦୌଡ଼ିପଳାଇଥିଲେ । ପରେ ସେ ରାଜନଗର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ ହେଲେ ଡାକ୍ତର ସ୍ବାସ୍ଥ୍ୟଅବସ୍ଥା ଗୁରୁତର ଦେଖି ପ୍ରମୋଦଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଥିଲେ ! ଅନ୍ୟପକ୍ଷରେ ପ୍ରମୋଦ ଚିକିତ୍ସା ପରେ ଅଭିଯୋଗ ପାଇଁ ରାଜନଗର ଥାନା ଯାଇଥିଲେ ମଧ୍ୟ ତାଙ୍କ ଅଭିଯୋଗ ପତ୍ର କେହି ରଖିନଥିଲେ । ଫଳରେ ତାଙ୍କ ପରିବାର ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ।