୧୦ଦଫା ଦାବି ନେଇ ସରକାରଙ୍କ ସହିତ ଆଲୋଚନା ବିଫଳ ପରେ, ରାଜ୍ୟ ନର୍ସିଂ ସଂଘ ପକ୍ଷରୁ ରୋଗୀଙ୍କ ଜରୁରୀକାଳୀନ ସେବା ବନ୍ଦ କରି, ନିଜର ଦାବି ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏ ହେଉଛି ମାଲକାନଗିରି ଜିଲ୍ଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟ ପରିସରର ଚିତ୍ର। ପାଖାପାଖି ୯୦ ରୁ ଉର୍ଦ୍ଧ୍ବ ଷ୍ଟାଫ୍ ନର୍ସ ଧାରଣାରେ ବସିଛନ୍ତି। ରାଜ୍ୟ ନର୍ସିଂ ସଂଘର ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାର ସମସ୍ତ ନର୍ସିଂ କର୍ମଚାରୀ ପକ୍ଷରୁ ଜରୁରୀକାଳୀନ ସେବା ବନ୍ଦ କରିଛନ୍ତି। ପୂର୍ବରେ ମଧ୍ୟ ଧାରଣାରେ ଓହ୍ଲାଇଥିଲେ ରାଜ୍ୟ ନର୍ସିଂ କର୍ମଚାରୀ। ତେବେ ବୁଧବାର ଲୋକସେବା ଭବନରେ ସଚିବଙ୍କ ସହିତ ଆଲୋଚନା ହୋଇଥିଲା । ମାତ୍ର ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା। ଯାହାକି ସରକାରଙ୍କ ସହ ଆଲୋଚନା ଏକପ୍ରକାର ବିଫଳ ହୋଇଥିଲା । ଫଳରେ ନସିଂ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି । ୧୦ ଦଫା ଦାବି ନେଇ ନର୍ସି ସଂଘ ସରକାରଙ୍କୁ ମାସେ ସମୟ ସୀମା ଦେଇଥିଲା। ମାତ୍ର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ଏହାପରେ ନର୍ସିଂ ସଂଘ ଆନ୍ଦୋଳନ କରିବାକୁ ରାସ୍ତାକୁ ଓହ୍ଲାଇଥିଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନକୁ ଗୋଟିଏ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା। ଗତ ଅଗଷ୍ଟ ୨୩ ତାରିଖରେ ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଅଧ୍ଯକ୍ଷତାରେ ନର୍ସିଂ କର୍ମଚାରୀ ସଂଘର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି, ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିବାବେଳେ ଓଡିଶାର ହଜାର ହଜାର ନର୍ସିଂ କର୍ମଚାରୀ ସନ୍ତୁଷ୍ଟ ହେବା ସହିତ କୃତଜ୍ଞତା ଜଣାଇଥିଲେ । ଏବଂ ତାହାପରେ ସରକାର କିଛି ପଦକ୍ଷେପ ନନେବା କାରଣରୁ ପୁଣି ଗୋଟିଏ ମାସ ପରେ ଆଜି ଠାରୁ ଜରୁରୀକାଳୀନ ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସମସ୍ତ ଜରୁରୀକାଳୀନ ସେବା ଯେପରି ଓଟି, ମେଡିସିନ ଅର୍ଡ, ପ୍ରସୂତି ଗୃହ ଆଦିରେ କାର୍ଯ୍ୟବନ୍ଦ କରି ଧାରଣାରେ ବସିଛନ୍ତି। ଅନ୍ୟପଟେ ନର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ପରେ ତାଙ୍କର ସମସ୍ତ ଦାୟିତ୍ଵ ANM ଛାତଛାତ୍ରୀ, BSC ଷ୍ଟାଫ୍ ନର୍ସ ଛାତ୍ରଛାତ୍ରୀ, ତୁଲାଉଛନ୍ତି ଯେଉଁଥିପାଇଁ ଜରୁରୀକାଳୀନ ସେବା ସହିତ ଚିକିତ୍ସା କ୍ଷେତ୍ରରେ କୈାଣସି ବାଧା ଉପୁଜି ନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।