ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଅତ୍ତା ଶିବ ମନ୍ଦିର ନିକଟରୁ ଉଦ୍ଧାର ହୋଇଥିବା ୧୨ଫୁଟ ଲମ୍ବର ବିରଳ ଅଜଗରକୁ ଗୁରୁବାର ରାତି 11 ଘଟିକା ସମୟରେ ମହାଗିରୀ ଘଞ୍ଚ ଜଙ୍ଗଲରେ ଛଡାଗଲା । ଗୁରୁବାର ରାତିରେ ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଅତ୍ତା ଗ୍ରାମ ଶିବ ମନ୍ଦିର ନିକଟରେ ୧୨ଫୁଟ୍ ଲମ୍ବର ଏକ ଅଜଗର ସାପ ଦେଖି ଗ୍ରାମବାସୀ ଭୟଭୀତ ହୋଇ ସୁକିନ୍ଦା ବନବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ସୁକିନ୍ଦାର ପ୍ରଶିକ୍ଷିତ ସାପ ଉଦ୍ଧାରକାରୀ ସୋମ୍ୟାଜିତ ବେହୁରା ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରି ବିନା ଆଘାତରେ ଅଜଗରକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଗୁରୁବାର ରାତିରେ ମହାଗିରୀ ଜଙ୍ଗଲରେ ଛାଡିଥିବା ଦେଖିବାକୁ ମିଳିଛି । ଉଦ୍ଧାର ହୋଇଥିବା ବିରଳ ଅଜଗରକୁ ଦେଖିବା ପାଇଁ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ସୋମ୍ୟାଜିତଙ୍କ ସାହସିକତା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।