ସୋମବାର ଦିନ ୟୁଥ ଲିଡ଼ ଫାଉଣ୍ଡେସନ(Youth Lead Foundation) ଓ ମିଶନ ରକ୍ତଦାନ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ପୁରୁଣା ଡାକ୍ତର ଖାନାରେ ଥିବା ରାଜ୍ୟ ରକ୍ତ ଭଣ୍ଡାର ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟରେ ରକ୍ତର ଅଭାବ ରହିଥିବା ବେଳେ ଏହାକୁ କିଛି ମାତ୍ରାରେ ପୁରଣ କରିବାକୁ ଯାଇ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଂଚଳର ଯୁବ ସ୍ୱଚ୍ଛାସେବୀ ରାକେଶ ବଳ ଚଳିତ ବର୍ଷ ରକ୍ତଦାନ ଶିବିର କରି ନିଜର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ସମାଜସେବାକୁ ନିଜର ବ୍ରତ ବୋଲି ଭାବି ନେଇଥିବା ୨୫ ବର୍ଶୀୟ ରାକେଶ ଆଜିକୁ ମିଶାଇ ୧୭ ଥର ରକ୍ତଦାନ କରିବା ସହିତ ଯୁବକ ଯୁବତୀ ମାନେ ରକ୍ତଦାନ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ସେ ନିଜର ମତବ୍ୟକ୍ତ କରିଛନ୍ତି। ଗତ ଚାରି ବର୍ଷ ହେବ ଲଗାତାର ଭାବେ ରାକେଶ ନିଜର ଜନ୍ମଦିନରେ ରକ୍ତଦାନ ଶିବିର ସହିତ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଆସୁଛନ୍ତି l ଏହି ଶିବିର କୁ ଶୁଭ ଉଦଘାଟନ କରିଥିଲେ ରକ୍ତ ଭଣ୍ଡାରର ମୁଖ୍ୟ ଡାକ୍ତର ମାନସ ରଞ୍ଜନ ଜେନା ।ରାକେଶଙ୍କ ଆହ୍ୱାନ କ୍ରମେ ରକ୍ତ ଦାନ ନିମନ୍ତେ ସ୍ୱ-ଇଚ୍ଛାରେ ବହୁ ଯୁବକ ଯୁବତୀ ମାନେ ରକ୍ତଦାନ କରିଥିଲେbl ଥାଲେସେମିଆ ରୋଗୀଙ୍କ ଉଦେଶ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ସମସ୍ତ ରକ୍ତଦାତା ଜୀବନଦାତା ମାନଙ୍କୁ ଚାରା ପ୍ରଦାନ କରାଯାଇ ସମ୍ବୋଧିତ କରାଯାଇଥିଲା l ଆଜିର ଯୁବପିଢ଼ି ନିଜର ଜନ୍ମଦିନକୁ କାହିଁ କେତେ ଯାକ ଯକମରେ ପାଳନ କରୁଥିବା ସମୟରେ ରାକେଶଙ୍କ ଏଭଳି ଭିନ୍ନ ଉପାୟରେ ଜନ୍ମଦିନ ପାଳନ ସାଧାରଣରେ ଚର୍ଚ୍ଚା ହେବା ସହ ବୁଦ୍ଧିଜୀବୀ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି l ଏହି ଶିବିରରେ କେନ୍ଦ୍ରାପଡ଼ା ସେବା ସମିତି ର ସଭାପତି ମନୋଜ ନାୟକ, ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଶିବାଶିଷ ମହାନ୍ତି ପ୍ରମୁଖ ଯୋଗ ଦେଇ ରକ୍ତଦାତା ଜୀବନ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ରାପଡ଼ା ରକ୍ତଭଣ୍ଡାର ସଦସ୍ୟ ରାକେଶ କୁମାର ମିଶ୍ର, ସ୍ଵାତି ପ୍ରତୀକ୍ଷା, ଶପଥ ବରାଳ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ l ପରିଶେଷରେ ନିଜ ଜନ୍ମ,ଦିବସରେ ରାକେଶ ମଧ୍ୟ ରକ୍ତଦାନ କରି ସମାଜ ପାଇଁ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ। ଏହି କାର୍ଯ୍ୟକ୍ରମରେ ୟୁଥ ଲିଡ଼ ଫାଉଣ୍ଡେସନ, ମିଶନ ରକ୍ତଦାନ, କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ଅମୃତ ବିନ୍ଦୁ ଏବଂ ଜାତୀୟ ଯୁବ ପ୍ରକଳ୍ପ ସହଯୋଗ କରିଥିବା ବେଳେ ସୌମ୍ୟରଞ୍ଜନ ପରିଡା, ବିଜୟ କୁମାର ଦାସ, ସୂର୍ଯ୍ୟକାନ୍ତ ପରିଡା, ଗୌତମ ସାହୁ ସୁଭାଶିଷ ଷଡ଼ଙ୍ଗୀ, ଉତ୍କଳକେଶରୀ ପରିଡା ଏବଂ ଆକାଶ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l