ରାଜ୍ୟ ସରକାରଙ୍କ ପାଖରେ ରାଜ୍ୟର ଅଙ୍ଗନୱାଡି କର୍ମୀ ମାନେ ସେମାନଙ୍କ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ କରିବା ସହ ଦାବୀ ପତ୍ର ପ୍ରଦାନ କରି ଆସୁଥିବା ଦେଖିବାକୁ ମିଳିଥିଲା l ଭାରତୀୟ ମଜଦୁର ସଙ୍ଘର ଅନୁବାନ୍ଧିତ ଅଲ ଅଙ୍ଗନବାଡି ଲେଡିଜ ୱାର୍କରସ ଆସୋସି ଏସ ଏନ ପକ୍ଷରୁ ସେମାନଙ୍କର ମୂଖ୍ୟ ଦାବୀ ସେମାନଙ୍କ ମଧ୍ୟରେ ଥିଲା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ଭାବେ ଘୋଷଣା କରିବା ସହ ସରକାରୀ ସ୍ତରରେ ଦିଆ ଯାଉଥିବା ସମସ୍ତ ସୁବିଧା ଆମ ମାନଙ୍କୁ ପ୍ରଦାନ କରାଯାଉ l ଦୁତୀୟ ଦାବୀ ଥିଲା ଆମର ଯେଉଁ ମିନି ଅଙ୍ଗନବାଡି କର୍ମୀ ସମାନ କାର୍ଯ୍ୟ କରି ଆସୁଛନ୍ତି କିନ୍ତୁ ସେମାନଙ୍କୁ ସ୍ୱଳ୍ପ ଦରମା ଦେବା ସହ ସହାୟିକା ପ୍ରଦାନ କରାଯାଇ ନ ଥିଲା l ଯାହାକି ଗୋଟିଏ ଅଙ୍ଗନବାଡି କେନ୍ଦ୍ରରେ ଏକା କାର୍ଯ୍ୟ କରୁ ଥିବା ମିନି ଅଙ୍ଗନବାଡି କର୍ମୀଙ୍କୁ ମୂଖ୍ୟ ଅଙ୍ଗନବାଡି କର୍ମୀ କରିବା ପାଇଁ ଦାବୀ କରି ଆସୁଥିଲେ l ଏହି ଆନ୍ଦୋଳନକୁ ଆଗେଇ ନେବା ପାଇଁ ବହୁତ ଘାତ ପ୍ରତିଘାତ ତଥା ସଂଘର୍ଷ ମୟ ଭିତରେ ୪ ଜଣ ଅଙ୍ଗନବାଡି କର୍ମୀଙ୍କୁ ଚାକିରୀ ହରେଇବାକୁ ପଡିଥିଲା l କିନ୍ତୁ ସରକାର ୩୫ ଜଣ ମିନି ଅଙ୍ଗନବାଡି କର୍ମୀଙ୍କୁ ମୂଖ୍ୟ ଅଙ୍ଗନବାଡି କର୍ମୀ ମାନ୍ୟତା ପ୍ରଦାନ କରିବାସହ ସହାୟିକାଙ୍କୁ ପ୍ରଦାନ କରିଛନ୍ତି l ତେବେ ଏ ନେଇ ଆଜି ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ପଞ୍ଚାୟେତ ଧର୍ମଶାଳା ଠାରେ ରାଜଗାଙ୍ଗ ପୁର ସମନ୍ୱିତ ଶିଶୁ ବିକାଶ ବିଭାଗ ଅଧିନରେ ଥିବା ୩୫ ଜଣ ମିନି ଅଙ୍ଗନବାଡି କର୍ମୀ ମାନେ ତାଙ୍କ ଦାବୀକୁ ସରକାର ମାନି ମୂଖ୍ୟ ଅଙ୍ଗନବାଡି ରୂପେ ମାନ୍ୟତା ପ୍ରଦାନ କରିଥିଲେ l ତେଣୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ପାଇଁ ଏହି ସଫଳତାର ଉତ୍ସବ ପାଳନ କରିଥିଲେ l ଏହି କାର୍ଯ୍ୟ କ୍ରମରେ ମୂଖ୍ୟ ଅତିଥି ରୂପେ ରାଜ୍ୟର ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କର ଆସୋସିଏସନର ରାଜ୍ୟ ଉପସଭାପତି କିଶୋରୀ ପଣ୍ଡା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଗଠନ ସମ୍ପାଦକ ଲକ୍ଷ୍ମଣ ଦାସ ରାଜ୍ୟ ଯୁଗ୍ମ ସମ୍ପାଦିକା ବିମଳା ଲାକ୍ରା ସୁନ୍ଦରଗଡ଼ ଜିଲ୍ଲା ସଭାପତି ବାସନ୍ତୀ ବାଗ ଅଖିଳ ଭାରତୀୟ ସମ୍ପାଦିକା ଅଞ୍ଜଳି ପଟେଲ ରାଜଗାଙ୍ଗପୁର ବ୍ଲକ ସଭାପତି ଧନିଆଁ କିସପଟ୍ଟା ସମ୍ପାଦିକା ହେରେନ ସିୟା ତୀର୍କୀ ଉପସ୍ଥିତ ରହି ସରକାରଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଆମ ମାନଙ୍କର ଅନ୍ୟ ଦାବୀ ଗୁଡିକ ତୁରନ୍ତ ପୂରଣ କରିବା ପାଇଁ ଆଶା ପ୍ରକଟ କରିଥିଲେ l ଉତ୍ସବର ପ୍ରାରମ୍ଭରେ ଆସିଥିବା ଅତିଥି ମାନଙ୍କୁ ହସ୍ତ ପ୍ରଖ୍ୟାଳନ କରି ସମ୍ମାନିତ କରି ପୁଷ୍ପ ଗୁଚ୍ଛ ପ୍ରଦାନ କରି ଉପଢୈ।କନ ପ୍ରଦାନ କରାଯାଇଥିଲା ।