ଭକ୍ତି ଭାବରେ ବୁଡି ରହିଛନ୍ତି ଭକ୍ତଗଣ., ଭଜନ ସଂକୀର୍ତ୍ତନ ଭିତରେ ନିଜକୁ ହଜାଇ ହରି ବୋଲ ରେ କମ୍ପୁଛି ପୂରା ପରିବେଶ । ସାରଥୀ ଙ୍କ ଫଟୋ କୁ ଫୁଲରେ ସଜାଇ ଦୋଳିରେ ବସାଇ ଝୁଲାଉଛନ୍ତି ଭକ୍ତ । ମହାଆଡମ୍ବର ରେ ଚାଲିଥିଲା ନନ୍ଦଉତ୍ସବ, ଭଗବାନ ଶ୍ରୀକୃଷ୍ଣ ଙ୍କ ସହିତ ପୂଜା ପାଉଛନ୍ତି ସାରଥୀ, ଉପରେ ଝୁଲୁଛି ଦହିହାଣ୍ଡି,ସମ୍ମୁଖରେ ଚାଲିଛି ଭଜନ କୀର୍ତ୍ତନ, ହୋମଯଜ୍ଞ, ନାଚୁଛନ୍ତି ଭକ୍ତ,ଭଗବାନ କୃଷ୍ଣଙ୍କ ସହିତ ତୁଳନା କରୁଛନ୍ତି ନିଜ ପ୍ରଭୁ ସାରଥୀ ଙ୍କୁ,ହରିଓଁ ଶବ୍ଦରେ ପ୍ରକମ୍ପିତ ହେଉଛି ଅଞ୍ଚଳ ,, ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାରାଦ୍ୱୀପ ଉପକଣ୍ଠ ପିପଳ ଗ୍ରାମରେ .. ଆଜିକୁ ପାଞ୍ଚବର୍ଷ ହେବ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ କୁ ଧୁମଧାମ ରେ ପାଳନ କରୁଛନ୍ତି ପାରାଦ୍ୱୀପ ସାରଥୀ ପରିବାର । ଏହି କାର୍ୟ୍ୟକ୍ରମ ରେ ସାମିଲ ହେଉଛନ୍ତି ପାରାଦ୍ୱୀପ ସହିତ କୁଜଙ୍ଗ ରାହାମା ଓ କେନ୍ଦ୍ରାପଡ଼ା ଅଞ୍ଚଳର ସାରଥୀ ଭକ୍ତ ଅତି ଆଡମ୍ବର ସହକାରେ କରୁଛନ୍ତି ନନ୍ଦଉତ୍ସବ ,, ଗୋଟିଏ ପଟେ ଭଗବାନ ଶ୍ରୀକୃଷ୍ଣ ଙ୍କ ମୂର୍ତ୍ତି ରହିଥିବା ବେଳେ ଅନ୍ୟପଟେ ସାରଥିଙ୍କ ଫଟୋଚିତ୍ର କୁ ଅତି ଶ୍ରଦ୍ଧାର ସହିତ ପୂଜା କରୁଛନ୍ତି ସାରଥୀ ପରିବାର ଯେଉଁଭଳି ଦ୍ୱାପର ଯୁଗରେ ଭଗବାନ ଲୀଳାଖେଳା କରୁଥିଲେ ଠିକ ସେହିଭଳି କଳିଯୁଗରେ ସାରଥୀ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ବୋଲି ରହିଛି ଭକ୍ତଙ୍କ ବିଶ୍ୱାସ କ୍ଷ ଅନେକ ସମୟରେ ନିଜର ଦୁର୍ଦିନରେ ସାରଥୀ ଦେବଙ୍କୁ ପୂଜାକରି ନିଜର ମନୋସ୍କାମନା ପୁର୍ଣ ହୋଇଥିବା ନେଇ କହିଛନ୍ତି ଭକ୍ତ ।