ଡାଳିଯୋଡ଼ା ବନାଞ୍ଚଳ ଓ କଟକ ଭିଜିଲାନ୍ସ ମିଳିତ ଚଢ଼ାଉ କରି ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତ ରାଇଝର ଗ୍ରାମ ରୁ ମୂଲ୍ୟବାନ ଶାଗୁଆନ ଓ ଗମ୍ଭାରୀ କାଠ ଓ ପଟା ଜବତ କରିବା ସହ ଆସାମୀ କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଆଜି ସନ୍ଧ୍ୟାରେ କଟକ ଭିଜିଲାନ୍ସ ଓ ଡାଳିଯୋଡ଼ା ବନ ବିଭାଗ ପକ୍ଷରୁ କୌଣସି ସୂତ୍ର ରୁ ଖବର ପାଇ ରାଇଝର ଗ୍ରାମ ର ଅଟଳ ଖିଲାର ଙ୍କ ଘର ଉପରେ ଚଢ଼ାଉ କରିଥିଲେ। ତାଙ୍କ ଘରୁ ମୂଲ୍ୟବାନ ଶାଗୁଆନ ଓ ଗମ୍ଭାରୀ କାଠ, ପଟା ବାହାରିଥିଲା ବନ ବିଭାଗ କାଠ ଗୁଡିକୁ ଜବତ କରିବା ସହ ଆସାମୀ ଅଟଳ ଖିଲାର ଙ୍କୁ ଗିରଫ କରିଛନ୍ତି। ଏହି ଚଢ଼ାଉ ରେ ACF ସବିତା ସୋରେନ, ଭିଜିଲାନ୍ସ ଅଧିକାରୀ ସୋମ୍ୟ ପଣ୍ଡା, ଡାଳିଯୋଡ଼ା ବନାଞ୍ଚଳ ଅଧିକାରୀ ହିମାଂଶୁ ଶେଖର ପୃଷ୍ଟି, ବୈରୀ ବନଖଣ୍ଡ ଅଧିକାରୀ ମାଣିକ ମୁଣ୍ଡା, ଚଣ୍ଡିଖୋଲ ବନଖଣ୍ଡ ଅଧିକାରୀ ଅଶ୍ୱିନୀ ସାହୁ, ରଶ୍ମି ରଞ୍ଜନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ଜବତ କାଠ ର ମୂଲ୍ୟ ଆନୁମାନିକ ୫୦ହଜାର ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ବନ ବିଭାଗ ଠୁ ପ୍ରକାଶ ଆସାମୀ ଅଟଳ କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ୭୪D-୨୦୨୪/୨୫ ଏକ ମାମେଲା ରୁଜୁ କରାଯାଇଛି।