ରାଉରକେଲା ସହର ସଂଲଗ୍ନ ବିଶ୍ରାଛକରେ ବଣ ଧରଣର ବିକ୍ଷୋଭ । ଯେ ପର୍ଯ୍ୟନ୍ତ ଜାତିବାଦ ରହିଛି ସେ ପର୍ଯ୍ୟନ୍ତ ଆରକ୍ଷଣର ହକ ରହିବ ଆମ ଦଳିତ ଆଦିବାସୀ ମାନଙ୍କର l ଏସ୍.ସ , ଏସ୍.ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଆସିଥିବା ରାୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅସାମ୍ବିଧାନିକ / ମୂଳ ଉପରେ ସମ୍ବିଧାନର Article- 341 Schedule Caste ଏବଂ Article – 342 schedule Tribes କୁ ବିରୁଦ୍ଧାଚରଣ କରୁଅଛି । ଯାହା ଦ୍ବାରା ଏସସି , ଏସଟି ସଂରକ୍ଷଣ ବର୍ଗିକରଣ ଏବଂ କ୍ରିମିଲେୟରକୁ ପାର୍ଲିଆମେଣ୍ଟ ଏବଂ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ କରାଯାଇ ପାରିବ ନାହିଁ । କିନ୍ତୁ ଗତ ୦୧.୦୮.୨୦୨୪ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ଦ୍ଵାରା ଏକତରଫା ଭାବରେ ରିଜରଭେସନ ଭିତରେ ରିଜରଭେସନ ଏବଂ ବର୍ଗିକରଣ କରାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ମୂଳ ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକରଙ୍କ ଅପମାନ ସହିତ ଆଦିବାସୀ ଓ ଦଳିତ ସମାଜର ଏକତାକୁ ଦୁର୍ବଳ କରିବା ଏବଂ ଭାଇଚାରାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଛି । ଏସସି , ଏସଟିଙ୍କର ରିଜରଭେସନକୁ ଗୋଟିଏ ପିଢ଼ିରେ ସିମୀତ ରଖୁବା ଏବଂ ରିଜରଭେସନକୁ ପରୋକ୍ଷ ଭାବରେ ବନ୍ଦ କରିବାର ଷଡ଼ଯନ୍ତ୍ର କରୁଛନ୍ତି । ତେଣୁ ଆଜି ଭାରତ ବନ୍ଦ ଡାକରା ଦେଇ ଆଦିବାସୀ ଦଳିତ ଏକ ହେଇ ରାଜ ରାସ୍ତାକୁ ବହାରିଛୁ l