ମୟୂରଭଞ୍ଜ ଜିଲ୍ଲାରେ ଦିନକୁଦିନ ଚୋରି ଡ଼କାୟତି ବଢ଼ୁଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କେତେବେଳେ ରାସ୍ତାରେ ଛିନତାଇ ତୋ ଆଉ କେତେବେଳେ ଚୋରି ପୁଣି କେତବେଳେ ମାରଣାସ୍ତ୍ର ଦେଖାଇ ଡ଼କାୟତି ଭଳି ଘଟଣାକୁନେଇ ଏବେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଝାରପୋଖରିଆ ଥାନା ଅନ୍ତର୍ଗତ ପୋଖରିଆ ପଞ୍ଚାୟତ ଅଫିସ ସମ୍ମୁଖରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ମୋବାଇଲ, ଟଙ୍କା, ସୁନା ମୋଦି ସୁନା କାନଫୁଲ ଲୁଟ ହୋଇଥିବା ନେଇ ଝାରପୋଖରିଆ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ପୋଖରିଆ ଗ୍ରାମର ଅରବିନ୍ଦ କୁମାର ବାଜପେୟୀ ଓ ସ୍ତ୍ରୀ ସୁରେନ୍ଦ୍ରୀ ବାଜପେୟୀ ନିଜର ଘର ସମ୍ମୁଖରେ ଥିବା ମନୋହରି ଦୋକାନ ବନ୍ଦ କରି ରାତି ପ୍ରାୟ ୮ ସମୟରେ ଘରେ ସ୍ୱାମୀ ସ୍ତ୍ରୀ ବସି ଖାଉ ଥିବାବେଳେ ହଠାତ ତିନିଜଣ ଯୁବକ ବନ୍ଧୁକ ଓ ଭୁଜାଲି ଧରି ପ୍ରବେଶ କରିଥିଲେ । ମୁଣ୍ଡରେ ପିସ୍ତଲ ରଖି ସ୍ୱାମୀ ସ୍ତ୍ରୀଙ୍କ ମୁହଁରେ ବ୍ଲାକଟେପ ଲଗାଇ ଦୁଇଜଣଙ୍କୁ ବାନ୍ଧି ଗୋଟିଏ ରୁମ ଭିତରକୁ ନେଇ କୋଉଠି ଟଙ୍କା ସୁନା ରଖିଛୁ କହ ନ ହେଲେ ମାରିଦେବୁ ବୋଲି ଧମକ ଦେଇଥିଲେ। ତେବେ ସ୍ଵାମୀ ସ୍ତ୍ରୀ ଜୀବନ ବଞ୍ଚେଇବା ପାଇଁ ପାଖରେ ଥିବା ନଗଦ ୩୦,୦୦୦/- ହଜାରଟଙ୍କା,ସୁନାମୁଦି, କାନଫୁଲ ରଖିଥିବା ସ୍ଥାନ ଦେଖାଇ ଦେବାରୁ ଡକାୟତ ମାନେ ଲୁଟକରି ନେଇଯାଇଛନ୍ତି । ତେବେ ଝାରପୋଖରିଆ ଥାନା ଅଞ୍ଚଳରେ ବାରମ୍ବାର ଚୋରି ଡକାୟତି ଭଳି ଘଟଣା ଘଟୁ ଥିଲେ ମଧ୍ୟ ଚୋର ଧରିବାରେ ଝାରପୋଖରିଆ ପୋଲିସ ବିଫଳ ରହିଛି । ସିସି ଟିଭି ଫୁଟେଜ ଆଧାରରେ ପୋଲିସ କଣ ତଦନ୍ତ କରୁଛି ଡକାୟତ ରାକେଟ ଧରିବାରେ କେତେ ସଫଳ ହେଉଛି ଆଗକୁ ତାହା ଦେଖିବାକୁ ବାକିରହିଲା ।