ଆରପାରିରେ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ । ଗତକାଲି ରାତି ୧୦ଟା ୩୦ରେ ୫୮ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଦୀର୍ଘ ଦିନ ରୁ ସେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପରେ ଭୁବନେଶ୍ୱର ଲୁମ୍ବିନୀ ବିହାର ସ୍ଥିତ ବାସଭବନରେ ତାଙ୍କର ଶେଷଦର୍ଶନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀମଣ୍ଡଳ ସଦସ୍ୟ ଓ ଅନ୍ୟାନ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ଏହାପରେ ତାଙ୍କର ମରଶରୀରକୁ ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର କୁସୁମଡିହି ଗାଁକୁ ଅଣାଯିବା ପରେ ପରିବାର ବର୍ଗ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିଛନ୍ତି । ଏହାପରେ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ସକାଳ ୯ଟା ୩୦ରେ ନିଜ ଗ୍ରାମରେ ତାଙ୍କ ମୃତଶରୀର ପହଂଚିବା ପରେ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ, ଦଳୀୟ କାର୍ଯ୍ୟକର୍ତା ଏବଂ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ ଶତାଧିକ ଜନ ସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ତେବେ ଜୁଏଲ ଓରାମ ଙ୍କ ରାଜନୈତିକ ସଙ୍ଗଠନରେ ତାଙ୍କ ସ୍ତ୍ରୀଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା।