ପୌର ଉପାଧ୍ୟଖ୍ୟା ଓ ତାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଏତଲା l ସ୍ୱାମୀ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପତ୍ନୀ ତଥା ପାରାଦୀପ ପୌର ଉପାଧ୍ୟକ୍ଷା ଛବିଲତା ରାଉତ ମଧ୍ୟ ଗୁରୁତର ଅଛନ୍ତି l ଘଟଣା ଘଟିଛି ପାରାଦୀପ ଆଦର୍ଶ ଥାନା ଅଧୀନ ଲକପଡାରେ l ଗତ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଏହି କଲୋନୀରେ ରହୁଥିବା ଦୁଇଭାଇଙ୍କ ସହିତ ପାଞ୍ଚଜଣ ଯୁବକ ବିଳମ୍ବିତ ରାତ୍ରିରେ ପୌର ଉପାଧ୍ୟକ୍ଷା ଛବିଲତା ରାଉତଙ୍କ ଘର ସମ୍ମୁଖରେ ଏକ କାରରେ ଆସି ହର୍ଣ ବଜାଇଥିଲେ l ତେବେ ଛବିଲତା ଘର କବାଟ ଖୋଲି କାହିଁକି ହର୍ଣ ବଜାଉଛ ବୋଲି ପଚାରିବାରୁ ହଠାତ ଦୁଇ ଭାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିଲେ. ଏହା ଦେଖି ତାଙ୍କ ସ୍ୱାମୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ନିର୍ଧୁମ ମାଡ଼ ମାରିଥିଲେ l ଏଥିରେ ଛବିଳତାଙ୍କ ସ୍ୱାମୀ ଗୁରୁତର ଆହତ ହେବା ସହିତ ମୁଣ୍ଡ ଓ ନାକରେ ଗଭୀର କ୍ଷତ ହୋଇଛି l ଏହି ଆକ୍ରମଣ ସମୟରେ ପାଟିଶୁଣି ସାହିପଡିଶା ଉଠିଆସି ପ୍ରତିବାଦ କରିବାରୁ ଯୁବକମାନେ ସ୍ଥାନ ଛାଡି ଚାଲିଯାଇଥିଲେ l ଘଟଣାକୁ ନେଇ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଖୋଜିବା ଆରମ୍ଭ କରିଥିବା ବେଳେ ଘଟଣା କୁ ନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିଛନ୍ତି l ଜଣେ ଜନପ୍ରତିନିଧି ଯଦି ସୁରକ୍ଷିତ ନୁହନ୍ତି ତେବେ ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି l