ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ କରଞ୍ଜିଆ ବନଖଣ୍ଡ ସହଯୋଗରେ ଆଜି କରଞ୍ଜିଆ ବନଖଣ୍ଡ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ବନବିଭାଗ ତତ୍କାଳ ପ୍ରତିକ୍ରିୟା ଦଳ ସଦସ୍ୟ ସଦସ୍ୟା ମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଓ ମକଡ୍ରିଲ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ଯୋଗଦାନ କରିଥିବା କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ଫାଲଗୁନୀ ବେହେରା,ମଦନମୋହନ ମହାନ୍ତ,କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ। ଆଜିର କାର୍ୟ୍ୟକ୍ରମରେ ୪ଟି ଡ଼ିଭିଜନ କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ, କରଞ୍ଜିଆ ବନଖଣ୍ଡ, ରାଇରଙ୍ଗପୁର ବନଖଣ୍ଡ ଓ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡର ତତ୍କାଳ ପ୍ରତିକ୍ରିୟା ଦଳ ସଦସ୍ୟ ସଦସ୍ୟା ମାନେ ପ୍ରଶିକ୍ଷଣ ନେବା ସହ କେଉଁ ସମସ୍ତ ଯନ୍ତ୍ରପାତି ସାହାଯ୍ୟରେ ତୁରନ୍ତ ବନ୍ୟପ୍ରାଣୀମାନଙ୍କୁ ଅଚେତ କରାଯାଇ ଜୀବନରକ୍ଷା କରାଯାଇପାରିବ ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରିବ ସେ ବିଷୟରେ ମକଡ୍ରିଲ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷକ ଭାବରେ ବାରିପଦା ଏସଟିଆର ବାଓଲୋଜିଷ୍ଟ ସ୍ୱରୂପ କୁମାର ଯୋଗଦେଇ ଟ୍ରାଙ୍କୁଲାଇଜର, ଡାର୍ଟଗନ୍, ଅଚେତ କରିବା ପାଇଁ କେଉଁ ରାସାୟନିକ ପଦାର୍ଥ ଆବଶ୍ୟକ ଓ କେତେ ପରିମାଣର ଆବଶ୍ୟକ ସମସ୍ତ ବିଷୟରେ ବୁଝାଇବା ସହ ଏହା ସାହାଯ୍ୟରେ କିପରି ବନ୍ୟପ୍ରାଣୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରେ ସେନେଇ ପୁଖାପ୍ସନୁପୁପ୍ସଖ ଭାବେ ମକଡ୍ରିଲ ମାଧ୍ୟମରେ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ବୁଝାଇଥିଲେ। ତାଙ୍କ ସହ ଉପସ୍ଥିତ ଅଧିକାରୀମାନେ ବନ୍ୟପ୍ରାଣୀ କାହିଁକି ଜଙ୍ଗଲ ବାହାରକୁ ଆସିବାକୁ ବାଧ୍ୟ ହୁଅନ୍ତି ଏବଂ ସେମାନେ ଆସିଲେ କିପରି ଏହି ସମସ୍ତ ମାଧ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରେ ସେ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ପରେ ସେଣ୍ଟ୍ରାଲ ନର୍ସରୀ ଠାରେ ମକଡ୍ରିଲ ପ୍ରଦର୍ଶିତ ହୋଇଥିଲା।