କ୍ୟାମେରାରେ କଏଦ ହେଲା ରସିକିଆ ବାବୁଙ୍କର କାରନାମା .,.ମହିଳାଙ୍କୁ ଏକା ପାଇଁ କରିଥିଲେ ର୍ଦୁବ୍ୟବହାର । ଆବାସ ଯୋଜନାରେ ଘର ପାଇଁ ଗୁହାରି କରିଥିଲେ ମହିଳା ,., ହେଲେ ମହିଳାଙ୍କୁ ଘର ଦେବା ଆଳରେ ମହିଳାଙ୍କ ସହ କରିଥିଲେ ଅସଭ୍ୟ ଆଚରଣ ,., ଅଫିସ ଭିତରେ ଅଶ୍ଲୀଳ କାମ ., ସରକାରୀ ବାବୁ ଭୁଲିଗଲେ ସେ କେଉଁଠି ଅଛନ୍ତି ଆଉ କେଉଁଠି ବସିଛନ୍ତି । ବାବୁ ଭାବିଲେ କି ତାଙ୍କର କାମକୁ କେହିଁ ଦେଖିପାରୁନାହାଁନ୍ତି ,., ହେଲେ ତାଙ୍କର କଳାକାରନାମାର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଡ଼େଙ୍ଗ ପଞ୍ଚାୟତର ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ଅକ୍ଷୟ ମହାନ୍ତି ନିଜ କାର୍ୟ୍ୟାଳୟ ପରିସରରେ ଜଣେ ହିତାଧିକାରୀ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି । ସୂଚନା ଅନୁଯାୟୀ ଡେଙ୍ଗ ପଞ୍ଚାୟତର ଜଣେ ମହିଳା ହିତାଧିକାରୀ ଆବାସ ଯୋଜନା ପାଇଁ ପଞ୍ଚାୟତ କାର୍ୟ୍ୟାଳୟକୁ ଆସିଥିବା ବେଳେ ଶ୍ରୀ ମହାନ୍ତି ତାଙ୍କୁ ଅସଦାଚରଣ କରିଥିଲେ । ଏହି ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଛି । ପୀଡ଼ିତା ମହିଳାଙ୍କ ଅଭିଯୋଗ ଭିତ୍ତିରେ ସଇଁତଳା ଥାନାରେ ଏକ ମାମଲା ରୁଜୁ ହୋଇ ଶ୍ରୀ ମହାନ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅପରପକ୍ଷରେ ଭାଇରାଲ୍ ଭିଡିଓ ଟି କିଛି ମାସ ପୂର୍ବର ହୋଇଥିବା ଏବଂ ଏହାକୁ ବର୍ତ୍ତମାନ ଭାଇରାଲ କରାଯାଇଥିବା ସୂଚନା ମିଳିଛି । ତେବେ ପୀଡ଼ିତାଙ୍କ ଅଭିଯୋଗ ପରେ ବଲାଙ୍ଗିର ଏସ୍.ପିଙ୍କ ନିର୍ଦ୍ଦେଶ କ୍ରମେ ସଇଁତଳା ପୁଲିସ ପକ୍ଷରୁ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି ।