ଓଡିଶା ଉପକୂଳ ମୁହାଁ ହେଉଛନ୍ତି ବାଂଲାଦେଶ ଅନୁପ୍ରବେଶକାରୀ କ୍ଷ ଯାହାକୁ ନେଇ ପାରାଦୀପ ରେ ହାଇ ଅଳର୍ଟ ଜାରି କରାଯିବା ସହିତ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ସତର୍କ ସୂଚନା ଜାରି କରିଛି ମତ୍ସ୍ୟ ବିଭାଗ । ଏନେଇ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ମଧ୍ୟ ପାରାଦୀପରେ ପ୍ରଚାର କରାଯାଇଛି। ବିଭିନ୍ନ ବସ୍ତିରେ ରହୁଥିବା ମତ୍ସ୍ୟଜୀବୀଙ୍କୁ ସତର୍କ କରିଛି। ମାଛ ଧରିବାକୁ ସମୁଦ୍ରକୁ ଗଲା ବେଳେ ମତ୍ସ୍ୟଜୀବୀ ସତର୍କ ରହିବେ ଏବଂ କାହାର କୌଣସି ପ୍ରକାର ସନ୍ଦେହଜନକ ଗତିବିଧି ଦେଖିଲେ ସୁରକ୍ଷା ସଂସ୍ଥାକୁ ଖବର ଦେବେ ବୋଲି କୁହାଯାଇଛି। ଅର୍ଥାତ ସାମୁଦ୍ରିକ ଥାନା ପୁଲିସ ଏବଂ ଭାରତୀୟ ତଟରକ୍ଷୀ ବାହିନୀକୁ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ହୋଇଥିବାରୁ ସରକାର ସତର୍କତା ମୁଳକ ପଦକ୍ଷେପ ନେଇଛନ୍ତି।