ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସହକାରୀ ମୃତ୍ତିକା ସଂରକ୍ଷଣ ଓଭର୍ସିଅର ସୁଧାଂଶୁ ଶେଖର ରଣା ଭିଜିଲାନ୍ସ ପଞ୍ଝାରେ । ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ଫାର୍ମ୍ପପଣ୍ଡର ମଷ୍ଟର ରୋଲ ପ୍ରସ୍ତୁତ କରିବା ପାଇଁ ଏଗାର ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଲାଞ୍ଚ ଟଙ୍କା ନେଇ ଆସୁଥିବା ବେଳେ ତାଙ୍କୁ ପଟାଭାଡ଼ି ସ୍ଥିତ ସୁରେନ୍ଦ୍ର ସାଏ ଛକରେ ସୋନପୁର ଓ ବରଗଡ଼ ଭିଜିଲାନ୍ସ ବିଭାଗ ମାଡିବସି ଧରିଥିଲା । ତାଙ୍କ ଠାରୁ ପ୍ରଲେପ ଦିଆ ଟଙ୍କା ଉଦ୍ଧାର କରି ତାଙ୍କୁ ଅଟକ ରଖିବା ସହିତ ଏବେ ସୁଧାଂଶୁଙ୍କ ଉଲୁଣ୍ଡା ସ୍ଥିତ କାର୍ଯ୍ୟାଳୟ ଓ ଘରେ ଅଧିକ ତଲାସୀ ଜାରୀ ରଖିଛି ଭିଜିଲାନ୍ସ ।