ଯଦି ଜଣେ ବ୍ୟକ୍ତି କିଛି ନୂଆ କରିବାକୁ ଇଚ୍ଛା କରେ ବା ମନରେ ତାକୁ ସ୍ଥିର କରି ନିଏ ତାହେଲେ ତାଙ୍କ ପାଇଁ ସଫଳତା ହାସଲ କରିବା କଷ୍ଟସାଧ୍ୟ ନୁହେଁ । ଏହାକୁ ପ୍ରମାଣିତ କରିଦେଖାଇଛନ୍ତି ଦିଲ୍ଲୀ ନଜଫଗଡରରେ ରହୁଥିବା କୃଷ୍ଣା ୟାଦବ । ହାତରେ ୫୦୦ ଟଙ୍କା ଧରି ଏକ ଛୋଟ ରୁମରେ ଆଚାର ତିଆରି କରିବା ବିଜନେସ ଆରମ୍ଭ କରିଥିଲେ , କିନ୍ତୁ ଆଜି ସେ ୧୦୦ ରୁ ଅଧିକ ମହିଳାଙ୍କୁ ରୋଜଗାର ଦେଉଛନ୍ତି । ତାଙ୍କର ଆଚାର ବିଜନେସ ଏମିତି ସଫଳ ହେଲା ୍ଯେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ଏବେ ୭ଟି କମ୍ପାନୀର ସେ ମାଲିକାଣୀ ହୋଇପାରିଛନ୍ତି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିଷ୍ଣା ବିଲକୁଲ ପାଠ ପଢି ନାହାନ୍ତି ହେଲେ କୃଷ୍ଣା ଙ୍କର ମନୋବଳ, ପରିଶ୍ରମ, ଓ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ସେ ଏହି ସଫଳତା ହାସଲ କରିପାରିଛନ୍ତି ।
୨୦୧୫ ମାର୍ଚ୍ଚ ୮ ରେ ଭାରତ ସରକାର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ନାରୀ ଶକ୍ତି ସମ୍ମାନ ପାଇଁ କୃଷ୍ଣ ଯାଦବଙ୍କୁ ମନୋନୀତ କରାଯାଇଥିଲା। କୃଷ୍ଣା ଯାଦବ ‘ଶ୍ରୀକୃଷ୍ଣ ପିକଲେସ୍’ର ମାଲିକ ଏବଂ ଆଜି ୭ ଟି କମ୍ପାନୀ ଚଳାଉଛନ୍ତି। ସେଥିମଧ୍ୟରୁ ପିକଲେସ୍ ସହିତ ଜଡିତ ୧୫୨ ଟି ଉତ୍ପାଦ ପ୍ରସ୍ତୁତ କରାଯାଉଛି ଜ୍ଝ ତେବେ କୃଷ୍ଣ ଯାଦବ ଏହି ପଦବୀକୁ ସହଜରେ ହାସଲ କରିନାହାଁନ୍ତି। ଏଥିପାଇଁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ଜ୍ଝ କୃଷ୍ଣା ଉତ୍ତରପ୍ରଦେଶ ବୁଲନ୍ଦସହରର ରହୁଥିଲେ , ପରିବାରର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସେହି ସମୟରେ ତାଙ୍କ ସ୍ୱାମୀ ଗୋବର୍ଦ୍ଧନ ୟାଦବ ଙ୍କ ଚାକିରି ମଧ୍ୟ ଚାଲିଯାଇଥିଲା
କିନ୍ତୁ କୃଷ୍ଣ ଯାଦବ ନିଜର ନିଷ୍ଠା ଏବଂ ସାହସ ସହିତ ଏହି ଖରାପ ସମୟ ମଧ୍ୟରେ ପରିବାର ଚଳାଇଥିଲେ । କୃଷ୍ଣା ଜଣେ ବନ୍ଧୁଙ୍କଠାରୁ ୫୦୦ ଟଙ୍କା ଧାର ଆଣି ପରିବାର ସହ ଦିଲ୍ଲୀ ଆସିଥିଲେ।ପରେ ଦିଲ୍ଲୀରେ ଯାଇ ମଧ୍ୟ କୌଣସି କାମ ପାଇଲେ ନାହିଁ .,., ସ୍ୱାମୀ ଗୋବର୍ଦ୍ଧନ ଓ କୃଷ୍ଣା ଏକ ଛୋଟ ଜମି ଅଂଶ ନେଇପନିପରିବା ଚାଷ ଆରମ୍ଭ କଲେ ।
ହେଲେ ବଜାରରେ ପରିବା ଦର କମ ଥିଲା .,., ତେଣୁ ୨୦୦୧ ରେସେ କୃଷି ବିଜ୍ଞାନ କେନ୍ଦ୍ର ଉଜବା ରେ ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟାରେ ୩ ମାସର ତାଲିମ ନେଇଥିଲେ। ଏହିପରି ଭାବରେ ସେ ନିଜ ଚାଷର ପନିପରିବାରୁ ଆଚାର ତିଆରି କରିଥିଲେ । ପ୍ରଥମେ ୩୦୦୦ ଟଙ୍କା ନିବେଶ କରି ୧୦୦ କିଲୋଗ୍ରାମ କ୍ରାନବେରୀ ଆଚାର ଏବଂ ୫ କିଲୋଗ୍ରାମ ଲଙ୍କା ଆଚାର ପ୍ରସ୍ତୁତ କରି ବିକ୍ରି କରି ୫୨୫୦ ଟଙ୍କା ଲାଭ କରିଥିଲେ। କୃଷ୍ଣାଆଚାରତିଆରି କରିବା ଆରମ୍ଭ କରିଦେଲେ କିନ୍ତୁ ଏହାକୁ ବିକ୍ରି କରିବାରେ ସମସ୍ୟା ଉପୁଜିଲା ., ପରେ ସେ ନିଜେ ଆଚାରକୁ ଠେଲା ଗାଡି ଧରି ରାସ୍ତା କଡରେ ବିକ୍ରି କରିବା ଆରମ୍ଭ କରିଥିଲେ ଜ୍ଝ ଭଲ ଗୁଣବତ୍ତା ହେତୁ, ଯୋଗୁଁ ସେମାନଙ୍କ ଆଚାର ଧୀରେ ଧୀରେ ଅଧିକ ବିକ୍ରି ହେବାକୁ ଲାଗିଲା ଜ୍ଝ ତାଙ୍କର ଏହି ଆଚାର ଲୋକଙ୍କୁ ଏତେ ପସନ୍ଦ ଆସିଲା ଯେ ଆଜି କୃଷ୍ଣ ଯାଦବ ‘ଶ୍ରୀକୃଷ୍ଣ ପିକଲେସ୍’ର ମାଲିକ ଏବଂ ତାଙ୍କର କାରବାର ୫ କୋଟିରୁ ଅଧିକ ଅଟେ। କୃଷ୍ଣ ଯାଦବ ନିଜେ କେବେ ସ୍କୁଲ ଯାଇ ନାହାନ୍ତି କିନ୍ତୁ ଆଜି ତାଙ୍କୁ ଦିଲ୍ଲୀର ବିଦ୍ୟାଳୟରେ ବିଶେଷ କରି ପିଲାମାନଙ୍କୁ ପଢାଇବାପାଇଁ ଡକାଯାଉଛି । ନିଜ ପିଲାମାନଙ୍କ ଠାରୁ ହିଁ ସେ ନିଜ ନାଁ ଲେଖିବା ଶିଖିଥିଲେ । ହେଲେ ତାଙ୍କର କାମ ପାଇଁ ଆଜି ଅନେକ ପୁରଷ୍କାର ସେ ପାଇଁଛନ୍ତି । ଏବେ ତାଙ୍କ କମ୍ପାନୀରେ ଆଚାର ସହ ମସଲା , ଜୁସ ତେଲ ଏବଂ ଅଟା ପ୍ରସୁତ କରାଯାଉଛି ।
ସେ ଶହ ଶହ ଲୋକଙ୍କୁ ରୋଜଗାର ଯୋଗାଉଛନ୍ତି। ଜ୍ଝ ୨୦୧୪ ରେ ହରିୟାଣା ସରକାର ଅଭିନବ ଚିନ୍ତାଧାରା ପାଇଁ କୃଷ୍ଣ ଯାଦବଙ୍କୁ ରାଜ୍ୟର ପ୍ରଥମ ଚାମ୍ପିଅନ୍ କୃଷକ ମହିଳା ପୁରସ୍କାରରେ ସମ୍ମାନିତ କରିଥିଲେ। ସେପ୍ଟେମ୍ବର ୨୦୧୩ ରେ ଭାଇବ୍ରେଣ୍ଟ ଗୁଜୁରାଟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କିସାନ ସାମମାନ ଭାବରେ ୫୧,୦୦୦ ଟଙ୍କା ଚେକ୍ ପ୍ରଦାନ କରିଥିଲେ।