କଣ ଥିଲା ଏହି ନିର୍ବୋଧ ତିନି ଶିଶୁ କନ୍ୟାଙ୍କ ଦୋଷ … ବୟସ ବା କେତେ ମାତ୍ର ଦେଢବର୍ଷର ଶିଶୁ , କଣ ବା ଜାଣିଥିଲେ ଜୀବନ ବିଷୟରେ ,., ପାଠ ପଢିବାକୁ ଯାଇ ଆଉ ଘରକୁ ଫେରିବେନି ବୋଲି କିଏ ବା ଜାଣିଥିଲା .,., ଅଙ୍ଗନବାଡିରେ ଖେଳୁ ଖେଳୁ ପୋଖରିରେ ଖସି ପଡି ତିନି ଶିଶୁ କନ୍ୟାଙ୍କର ଚାଲିଯାଇଛି ଜୀବନ । ଭୋଭୋ କାନ୍ଧରେ ଏବେ କମ୍ପି ଉଠୁଛି ମେଡିକାଲ , ଝିଅ କୁ ଦେଖି କାନ୍ଧି ଉଠୁଛି ମା .. ପାୟଲ ଲିପ୍ସା, ଓ ଭାରତୀଙ୍କ କଥା କହି ବାହୁନି ଉଠୁଛନ୍ତି ପରିଜନ । ଶୋକାକୂଳ ହୋଇପଡିଛି ଗାଁ ପରିବେଶ .., ଗୋଟିଏ ସାହିର ତିନି ଝିଅଙ୍କ ଅକାଳବିୟୋଗ ରେ ସବୁ ଯେମିତି ହୋଇପଡିଛି ସ୍ତବ୍ଧ ।
ଝିଅ ଆଉ ତା କୋଳକୁ ଫେରିବନି ଜାଣି ପାଗେଲି ଭଳି ହୋଇପଡୁଛି .., କାନ୍ଧିକାନ୍ଧି ଆଖିରୁ ଲୁହ ଶୁଖିଗଲାଣି ., ହେଲେ ତା ମନ କୋଉଁ ବୁଝୁଛି ।
ଏପରି ଏକ ହୃଦୟ ବିଦାରକ ର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନ ଆତୁରୁକଣା ଢାହି ସାହିରେ । ସୂଚନାଅନୁସାରେ ଆଜି ସକାଳେ ୩ ଜଣ ଶିଶୁ ଆତ୍ରୁକଣାରେ ଥିବା ଅଙ୍ଗନବାଡ଼ିକୁ ପାଠ ପଢ଼ିବା ପାଇଁ ଆସିଥିଲେ। ପାଠ ପଢ଼ା ସରିବା ପରେ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ବାହାରେ ଖେଳୁଥିଲେ। ଖେଳୁ ଖେଳୁ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ପୋଖରୀ ନିକଟକୁ ଚାଲିଯାଇଥିଲେ। ଏହି ସମୟରେ ୩ ଜଣ ଶିଶୁ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ୩ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଗରପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ।୩ଜଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପିଲାଙ୍କୁ ଅଙ୍ଗନବାଡିରେ ଛାଡିଦେଇ ଦିଦି ନଜର ରଖୁନାହାଁନ୍ତି ଯାହା ଫଳରେ ଏହିଭଳି ଦୁଃଖଦ ଘଟଣା ଘଟିଗଲା .., ଆଗରପଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।