ଅନସନରୁ ଉଠିଲେ ଜନପ୍ରତିନିଧି । ଅତିରିକ୍ତ ଜିଲ୍ଳାପାଳ ଶୁଣିଲେ ଦାବି । ଅନଶନକାରୀଙ୍କୁ ମିଳିଲା ପ୍ରତିଶୃତି । ରାଜନଗର ପଞ୍ଚାୟତ ସମିତି ବୈଠକରେ ଆଉ ଚଳିବନି ବିଧାୟକଙ୍କ କର୍ମୀଙ୍କ ଦାଦାଗିରି. ପଞ୍ଚାୟତ ସମିତି ବୈଠକକୁ ବିଧାୟକଙ୍କୁ ମନା . ରାଜନଗର ପଞ୍ଚାୟତ ସମିତିର ଭିଜିଲାନ୍ସ କରିବ ତଦନ୍ତ. ପଦାକୁ ଆସିବ ବିଧାୟକଙ୍କ ଦୁର୍ନୀତିର ଚିତ୍ର. କେନ୍ଦ୍ରାପଡ଼ା ରାଜନଗର ପଞ୍ଚାୟତ ସମିତି ସଭା ଗୃହରେ ଗତ ଶୁକ୍ରବାର ଦିନ ପଞ୍ଚାୟତ ସମିତି ବୈଠକ ବସିଥିବା ବେଳେ ବିଧାୟକଙ୍କ ପ୍ରୋଳଚନରେ ବିଧାୟକଙ୍କ ସମର୍ଥକ କରିଥିଲେ ଗୁଣ୍ଡାରାଜ। ଏହାକୁ ପ୍ରତିବାଦ କରି ଗଣ୍ଡଗୋଳର ଶିକାର ହୋଇଥିବା ସଭ୍ୟ/ସଭ୍ୟା/ସରପଞ୍ଜ ରାଜନଗର ବିଡ଼ିଓଙ୍କ କାର୍ୟ୍ୟାଳୟରେ ବିଭିନ୍ନ ଦାବି ନେଇ ଦୁଇଦିନ ଧରି ଧାରଣାରେ ବସିଥିଲେ । ତାଙ୍କୁ ବୁଝାଇବା ପାଇଁ ପ୍ରଥମେ ବିଡ଼ିଓ ଓ ତହସିଲଦାର ଉପ ଜିଲ୍ଲାପାଳ ଅନେକ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଶୁଫଳ ମିଳିନଥିଲା । ଅନଶନକୁ ଦୁଇ ଦିନ ବିତିବା ପରେ ଅତିରିକ୍ତ ଜିଲ୍ଲାପାଳ ଆସିବା ଖବର ପାଇ ଏହି ଯୋଜନାକୁ ଭଣ୍ଡୁର କରିବା ପାଇଁ ପୂର୍ବ ପ୍ରସ୍ତୁତି ହୋଇ ବିଜେଡି କର୍ମୀ ମାନେ ବ୍ଲକ ଅଧ୍ୟକ୍ଷାଙ୍କ କାର୍ୟ୍ୟାଳୟରେ ରହି ଗୁଣ୍ଡାଗିରି କରିବାକୁ ପ୍ରସ୍ତୁତ ଥିଲେ । ତାପରେ ଅତିରିକ୍ତ ଜିଲ୍ଲାପାଳ ଅନଶନ କାରୀଙ୍କ ନିକଟରେ ପହଞ୍ଚି ବିଡ଼ିଓ ଓ ତହସିଲଦାରଙ୍କ ଉପସ୍ଥିତିରେ ସେମାନଙ୍କ ସବୁକଥା ଶୁଣିଲେ। ଖାଲି ସେତିକି ନୁହେଁ, ସମସ୍ତଙ୍କ ସାମ୍ନାରେ ବିଡିଓଙ୍କ ହାତରୁ ବିଧାୟକ ମାଇକ୍ରୋଫୋନ ଛଡାଇ ନେଇଥିବା ବିଡିଓ କହିଛନ୍ତି । ଏସବୁ କଥା ଶୁଣି ସେମାନଙ୍କ ସମସ୍ତ ଦାବିକୁ ଗ୍ରହଣ କରିଥିଲେ ଏବଂ ୧୯ ତାରିଖ ଦିନ ହୋଇଥିବା ପଞ୍ଚାୟତ ସମିତି ବୈଠକ ରଦ୍ଧ, ସବୁ ପଞ୍ଚାୟତରେ ୨୦୧୯ ରୁ ୨୪ ପର୍ୟ୍ୟନ୍ତ ହୋଇଥିବା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନେଇ ଏକ ଚୁକ୍ତିନାମା ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ। ସମସ୍ତ ଦାବିକୁ ଗ୍ରହଣ କରିଥିଲେ ଅତିରିକ୍ତ ଜିଲ୍ଲାପାଳ. ତାପରେ ଯାଇ ଅନଶନ କାରି ଅନଶନ ପ୍ରତିହାର କରିଥିଲେ .