ବଢ଼ିଲା ପାଣି ବୁଡ଼ିଲା ପୋଲ କ୍ଷ ଲଗାଣ ବର୍ଷାରେ ଯୋଗାଯୋଗ ହେଲା ବିଚ୍ଛିନ୍ନ । ମାଲକାନଗିରି ଠାରୁ ମୋଟୁ ଯୋଗାଯୋଗ ହୋଇଛି ବିଚ୍ଛିନ୍ନ । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଲଗାଣ ବର୍ଷା ୨ଦିନ ଧରି ଲାଗି ରହିଥିବା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଥିବା ପୋଲ ଗୁଡିକରେ ୪ଫୁଟ ରୁ ୫ଫୁଟ ପାଣି ପ୍ରବାହିତ ହେଉଥିବା ଦେଖିବା ପାଇଁ ମିଳିଛି । ଯେଭଳି କି କାଲିମେଳା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲା କାଲିମେଳା ଅଂଚଳରେ ପ୍ରବଳ ବର୍ଷା ହୋଇଛି। ଶୁକ୍ରବାର ଦିନବେଳା କାଲିମେଳା ଅଂଚଳରେ ୮୦ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ରାତିଠାରୁ ଏହି ବର୍ଷା ଜାରି ରହିଛି। ତୁହାକୁ ତୁହା ବର୍ଷା ହେଉଥିବାରୁ ଲୋକମାନେ ବାହାରକୁ ବାହାରି ପାରିନାହାଁନ୍ତି। ଏହି ଲଗାଣ ବର୍ଷା ଯୋଗୁଁ ୩୨୬ ଜାତୀୟ ରାଜପଥର ୩ଟି ସ୍ଥାନରେ ଥିବା ତଳୁଆ ପୋଲ ଗୁଡ଼ିକ ବୁଡ଼ି ଯାଇଛି । ପ୍ରଥମେ ଦିନ ୩ଟା ସମୟରେ ଏମଭି-୯୬ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏହା ଧୀରେଧୀରେ ବଢ଼ିବା ସହିତ ସଂଧ୍ୟା ସୁଦ୍ଧା ୪ଫୁଟ ବନ୍ୟାଜଳ ପ୍ରବାହିତ ହୋଇଥିବାର ଜଣାପଡ଼ିଥିଲା।ଏହାପରେ ପଟେରୁ, କନ୍ୟାଶ୍ରମ ,ଏମଭି-୯୦ ଓ କାଂଗୁରକୋଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏହିସବୁ ପୋଲ ଉପରେ ପ୍ରାୟ ୫ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଫଳରେ ମାଲକାନଗିରି ଜିଲ୍ଲା ସହିତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ଏକ ପ୍ରକାର ବିଛିନ୍ନ ହୋଇପଡ଼ିଥିଲା। ଉଭୟ ପଟେ ଶହଶହ ଯାନବାହାନ ଅଟକି ରହିଥିବାର ଦେଖିବାକୁ ମିଳିଥିଲା।