ବିଜେପି ସରକାରଙ୍କୁ ଆସିବା ପରେ ହେଉଛି ପରିବର୍ତ୍ତନ , ଅନେକ ବିଷୟବସ୍ତୁ ଉପରେ ଚାଲିଛି ଚର୍ଚ୍ଚା ., ଲାଗୁ ହେଉଛି ନୂଆ ନିୟମ , ଆକ୍ସନମୋଡରେ ଓଡିଶା ସରକାର । ଜବରଦଖଲକାରୀଙ୍କୁ ଏବେ ମିଳିବ ନାହିଁ ନିସ୍ତାର ., ବିନା କାଗଜପତ୍ର ରେ ସରକାରୀ ଜମିକୁ ହଡପ କରିଥିଲେ ଚାଲିବ ବୁଲଡୋଜର । ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର। ମାଟିରେ ମିଶିବ ବେଆଇନ୍ ନିର୍ମାଣ। ଜବରଦଖଲକାରୀଙ୍କୁ ଏମିତି କଡ଼ା ଚେତାବନୀ ଶୁଣାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ଆଜି ସମ୍ବଲପୁରକୁ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଏକଥା କହିଛନ୍ତି ସୁରେଶ ପୂଜାରୀ। ଆଗରୁ ଗରିବ ଲୋକଙ୍କର ଘର ଜବରଦଖଲରେ ଥିଲେ ଉଚ୍ଛେଦ କରାଯାଉଥିଲା। ଏବେ ପ୍ରଭାବଶାଳୀଙ୍କ ଜବରଦଖଲର ଉଚ୍ଛେଦ କରାଯିବ ସେ କହିଛନ୍ତି। ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସରକାରୀ ଜମି ଜବରଦଖଲ ମାମଲାରେ ବଡ଼ବଡ଼ିଆଙ୍କ ମୁଖା ଖୋଲିବ। ମୁଁ ଦେଖି ଆସୁଛି ଜବରଦଖଲ ଉଚ୍ଛେଦରେ ଆଗେ ଗରିବ ଲୋକଙ୍କ ଝୁମ୍ପୁଡ଼ି ଭଙ୍ଗା ହୋଇଥାଏ। ୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ମାନେ ଜବରଦଖଲକାରୀ ନୁହଁନ୍ତି। ସେମାନେ ତ ନିଜ ଘର ପାଇଁ ୪ ଡିସିମିଲ୍ ୨ ଡିସିମିଲ୍ ରେ କୁଡ଼ିଆ ତିଆରି କରିଥାନ୍ତି। ସରକାରୀ ଜମି ଜବରଦଖଲ କରି ବହୁତଳ ପ୍ରାସାଦ ନିର୍ମାଣ କରିଥିବା ପ୍ରଭାବଶାଳୀ ବଡ଼ ବଡ଼ିଆଙ୍କ ବିଲଡିଂରେ ବୁଲଡୋଜର ବୁଲିବ।