ଗାଁରେ ଚାଲିଥିଲା ରାମାୟଣ ନାଟକ ପରିବେଷଣ .., ନାଟକ ଦେଖିବାକୁ ଲାଗିଥିଲା ଲୋକଙ୍କ ଭିଡ , ମଞ୍ଚ ଚାରିପାଖରେ ଘେରି ରହିଥିଲେ ଛୋଟରୁ ବଡ., ଆଉ ମଞ୍ଚରେ ଲାଗିଥିବା ଲୁହା ରଡ କୁ ଧରି ଛିଡା ହୋଇ ନାଟକ ଦେଖୁଥିବା ପିଲାଙ୍କୁ ପଡିଲା ଭାରି ,., ମଞ୍ଚରେ ହଠାତ୍ କରେଣ୍ଟ୍ ଚାର୍ଜ ହୋଇଯିବାରୁ ୧୬ ଶିଶୁଙ୍କ ସମେତ ୧୯ ଜଣ ଆହତ ହୋଇଥିବା ଘଟଣାରେ ଜଡ଼ିତ ୫ଜଣଙ୍କୁ ଗିରଫ କରିଛି ପୁଲିସ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଫାଶିଗୁଡ଼ା ଗ୍ରାମରେ ସାହି ଭିତରେ ବନ୍ଥପଲ୍ଲୀ ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ନାଟକ ଗ୍ରୁପ୍ ପକ୍ଷରୁ ରାମାୟଣ ନାଟକ ପରିବେଷଣ ଆରମ୍ଭ ହୋଇଥିଲା। ଜାମିନ ନାମଞ୍ଜୁର ପରେ ଜେଲ ଯାଇଛନ୍ତି ଅଭିଯୁକ୍ତମାନେ। ଗିରଫ ଅଭିଯୁକ୍ତମାନେ ହେଲେ ପରିଚାଳନା କମିଟିର ସଭାପତି ଶିବରାମ ବିଷୋୟୀ, ରାଜେନ୍ଦ୍ର ଦୋରା, ଶିବରାମ ବେହେରା, ରବିନ୍ଦ୍ର କୁମାର ସାହୁ ଓ ବିଜୟ କୁମାର ରାଉଳ। ଏଥିସହ ପୁଲିସ ନାଟକ ପରିବେଷଣରେ ବ୍ୟବହୃତ ସମସ୍ତ ବିଦ୍ୟୁତ ସରଞ୍ଜାମ, ଡିଜେ ବକ୍ସ ଓ ଏକ ଗାଡ଼ିକୁ ଜବତ କରିଛି।
ଗତ ରବିବାର ଦିନ ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ପରିବେଷିତ ହୋଇଥିଲା ରାମାୟଣ। ନାଟକକୁ ଦେଖିବା ପାଇଁ ଗାଁର ପିଲା ଠାରୁ ବୁଢା ପର୍ୟ୍ୟନ୍ତ ଆସିଥିଲେ। ଆଉ ନାଟକ ଦେଖିବା ସମୟରେ ବର୍ଷା ହୋଇଥିଲା। ଷ୍ଟେଜର ଆଗରେ ବସିଥିବା ଶିଶୁମାନେ ଷ୍ଟେଜ ତଳେ ପଶିଯାଇଥିଲେ। ତେବେ ବର୍ଷା ପାଇଁ ଷ୍ଟେଜ୍ ତଳେ ପାଣି ଜମି ତାହା ଆର୍ଥି ହୋଇଯାଇଥିଲା। କିଛି ପିଲା ମଞ୍ଚରୁ ପଡ଼ିଯାଇଥିଲେ। ଚିତ୍କାର ଶୁଣି ସେଠାରେ ଥିବା କର୍ମଚାରୀମାନେ ତୁରନ୍ତ ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରିଥିଲେ।
ଫଳରେ ଯାତ୍ରା ଦେଖିବା ଲାଗି ଯାଇଥିବା ୧୯ ଜଣ ଶିଶୁ କରେଣ୍ଟ ଲାଗି ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା।
ଏହି ଅଘଟଣ ଘଟିବା ପରେ ଦିଗପହଣ୍ଡି ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ତଦନ୍ତରେ ନାଟକ ପରିବେଷଣ ସମୟରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇଥିବା ନେଇ ଜଣାପଡ଼ିଥିଲା। ପରେ ପୁଲିସ ଘଟଣାର ତଦନ୍ତ କରିବା ସହ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା।