କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ନୋଳସାହି ଗାଁର ଭାଗ୍ୟଧର ସେଠୀ ଗତ ୮ ମାସ ଧରି କୀଡୀନି ରୋଗରେ ଆକ୍ରାନ୍ତ ନିଜର ବ୍ୟୟବହୁଳ ଚିକିତ୍ସା ପାଇଁ ଘରର ଜିନିଷ ପତ୍ର ବନ୍ଧା ପକେଇ ସାରିଲେଣି ଏମିତି କି ଘରେ ଥିବା ଗାଈଗୋରୁ ମଧ୍ୟ ବିକ୍ରି କରିସାରିଲେଣି କିନ୍ତୁ ଦିନକୁ ଦିନ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଭାଗ୍ୟଧରଙ୍କ ପାଇଁ ଏବେ ଜୀବନ ବୋଝ ପାଲଟି ଯାଇଛି l
କ୍ଷୀଣ ଆଉ ଦୁର୍ବଳ ଶରୀର ଗୋଡ଼ହାତ ଚଳିବା ମଧ୍ୟ ମୁସ୍କିଲ କିନ୍ତୁ ଶୁଖିଲା ଆଖିରେ ବଂଚିବାର ଆଶା ତଥାପି ମଉଳି ଯାଇନି ଦୀର୍ଘ ୮ମାସ ଧରି କୀଡୀନି ରୋଗ ସହ ଯୁଝି ହେଉଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ନୋଳସାହି ଗାଁର ଭାଗ୍ୟଧର ସେଠୀ ଭାଗ୍ୟଧରଙ୍କ ବୟସ ୫୦ ବର୍ଷ , ଏହି ବୟସରେ ତାଙ୍କର ୨ଟି ଯାକ କୀଡୀନି ଖରାପ ହୋଇଯାଇଛି l
ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଭାଗ୍ୟଧର ଓ ତାଙ୍କ ପରିବାର ପାଇଁ ଏହି ଘଟଣା ଏକ ବଡ଼ ବିପତି ଡାକି ଆଣିଛି ଗତ ୮ ମାସ ମଧ୍ୟ୍ୟରେ ଚିକିତ୍ସା ବାବଦକୁ ଢେର ପଇସା ଖର୍ଚ୍ଚ ହେଲାଣି ଘରର ଜିନିଷପତ୍ର ବନ୍ଧା ପକାଇ ଭୁବନେଶ୍ୱର ଯାଇ ଡାକ୍ତର ଦେଖେଇଲେ ଏବେ ଘରେ ପଲିଥିବା ଗାଈଗୋରୁ ବିକ୍ରି କରି ଔଷଧ ଖର୍ଚ୍ଚ ତୁଲାଉଛନ୍ତି କିନ୍ତୁ ତାହା କେତେ ଦିନ? ଏହି ସାମାନ୍ୟ ଟଙ୍କା କେଇଟା ସରିଗଲେ ଔଷଧ ବି ବନ୍ଦ ହେଇଯିବ ଡାକ୍ତର ସପ୍ତାହରେ ୨ଥର ଡାଏଲେସିସ ପାଇଁ ପରାମର୍ଶ ଦେଇଛନ୍ତି କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଗାଡି ଭଡା ବି ତାଙ୍କ ପାଖରେ ନାହିଁ l
ଭାଗ୍ୟଧରଙ୍କ ଦୁଇ ଝିଅ ଗୋଟିଏ ପୁଅ ପୁଅ ନବମ ଶ୍ରେଣୀରେ ପାଠ ପଢୁଥିବାବେଳେ ଗୋଟିଏ ଝିଅ +୨ ରେ ପାଠ ପଢୁଛି ଆଉ ବଡ଼ ଝିଅଟି ବିବାହ ଯୋଗ୍ୟ ଭାଗ୍ୟଧରଙ୍କ ରୋଜଗାରେ ଘର ଚାଲୁଥିଲା କିନ୍ତୁ ସେ ତ ଘରେ ପଡିଛନ୍ତି ପରିବାର ମୁହଁରେ ଦାନା ମୁଠେ ଦେବା ମଧ୍ୟ୍ୟ ମୁସ୍କିଲ ହୋଇପଡିଛି ସମ୍ଭଳ କହିଲେ ପ୍ରତି ମାସରେ ମିଳୁଥିବା ସରକାରୀ ରାସନ ଚାଉଳ ଗଣ୍ଡେ ଭାଗ୍ୟଧରଙ୍କ ଅବସ୍ଥା ଦେଖି ପଡୋଶୀ ଓ ଗ୍ରାମବାସୀ ମଧ୍ୟ୍ୟ ସହାୟତାର ହାତ ବଢ଼ାଇଛନ୍ତି କିନ୍ତୁ ଧୀରେ ଧୀରେ ରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ହେଉଥିବାବେଳେ ସହାୟତାର ହାତ ସଂଖ୍ୟା କମି କମି ଯାଉଛି ନିଜ ଚିକିତ୍ସା ପାଇଁ ଭାଗ୍ୟଧର ସହାୟତା ପାଇଁ ନିବେଦନ କରିଛନ୍ତି ଭାଗ୍ୟଧରଙ୍କ ପରିବାର ପ୍ରତି ପ୍ରଶାସନ ଓ କିଛି ବଦାନ୍ୟ ବ୍ୟକ୍ତି ଦୃଷ୍ଟି ଦିଅନ୍ତି କି ସାହାର୍ୟ୍ୟର ହାତ ବଢ଼ାନ୍ତି ତେବେ ପିଲାଙ୍କ ପାଠ ପଢା ସହ ଭାଗ୍ୟଧରଙ୍କ ଚିକିତ୍ସା ଖର୍ଚ୍ଚ କିଛି ମାତ୍ରାରେ ମେଣ୍ଟି ପାରନ୍ତା ଭାଗ୍ୟଧରଙ୍କୁ ସାହାର୍ୟ୍ୟର ହାତ ବଢ଼ାଇବା ପାଇଁ….ମୋବାଇଲ ନମ୍ବର -୯୧୭୮୨୩୧୮୯୩ l