କୋରାପୁଟ ଜିଲ୍ଲା ଏସପି ଏବଂ ରାୟଗଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଲକ୍ଷ୍ମୀପୁର ଓ କାକିରିଗୁମ୍ମା ପୋଲିସର ଆନୁକୂଲ୍ୟରେ ଲକ୍ଷ୍ମୀପୁର ମେଡିକାଲ ପଛପଟେ ରହି ବିଭିନ୍ନ ସମୟରେ ବିଭିନ୍ନ ଥାନା ପୋଲିସ୍ ର ନିଦ ହଜାଇ ଦେଇ ଥିବା ଏହି ଦୁଇଜଣଙ୍କୁ ଆସାମୀକୁ ପୋଲିସ ଠାବ କରି ଏମାନେ ସଂପୃକ୍ତ ଥିବା ବିଭିନ୍ନ ଥାନା ଅଞ୍ଚଳର ଚୋରି ମୋଟର ସାଇକେଲ ଗୁଡ଼ିକ ପ୍ରାୟ ୨୫ ଟି ଉଧାର
କରିବାରେ ସକ୍ଷମ ହୋଇଛି ଲକ୍ଷ୍ମୀପୁର ଥାନା ଅଧିକାରୀ ଶୁଜ୍ଞାନୀ ସାହୁ ଓ କାକିରିଗୁମ୍ମା ଥାନା ଅଧିକାରୀ ଡମ୍ବରୁ ଧର ଭାତରିୟା ନେତୃତ୍ୱରେ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରି ୨୫ ଟି ମୋଟର ସାଇକେଲ ଉଧାର କରିଥିବା ଲକ୍ଷ୍ମୀପୁର ଦାୟିତ୍ଵରେ ଥିବା ସୁନାବେଡ଼ା ଏସଡିପିଓ ମନୋବ୍ରତା ଶତପଥୀ ଆଜି ସାମ୍ବାଦିକ ସମ୍ମିଳନୀରେ କରି ସୂଚନା ଦେଇଥିଲେ ।
ଏହି ଦୁଇ ଥାନା ଅଧିକାରୀ ଚଢ଼ଉ ସମୟରେ ପଦମପୁର ଥାନା ଅଧିକାରୀ ରଞ୍ଜନ କୁମାର ମାଝି, ରାୟଗଡ଼ା ଥାନା ଅଧିକାରୀ କେ.କେ.ବି.କେ କହଁର ସଂପୂର୍ଣ୍ଣ ସହଯୋଗ କରିଥିଲେ।ଏହି ରାକେଟ୍ ରେ ଆଉ ଅନେକ ଆସାମୀ ରହିଛନ୍ତି ତାଙ୍କ ଉପରେ ପୋଲିସ ତଦନ୍ତ ଜାରି ରଖିଛି। ଆଜି ଦୁଇ ଜଣ ଚୋର ସହ ତିନିଜଣ ଚୋରି ମୋଟର ସାଇକେଲ କିଣିଥିବା ବ୍ୟବସାୟୀକୁ ପୋଲିସ ଗିରଫ କରିଛି। ଆସାମୀ ମାନେ ମୋଟର ସାଇକେଲ ଚୋରି କରି ଉକ୍ତ ଗାଡ଼ି ଅନ୍ୟ ଅସାମାଜିକ କାର୍ୟ୍ୟ ଗୁଡ଼ିକରେ ନିୟୋଜିତ କରୁଥିଲେ ବୋଲି ଲକ୍ଷ୍ମୀପୁର ଦାୟିତ୍ଵରେ ଥିବା ସୁନାବେଡ଼ା ଏସଡିପିଓ ମନୋବ୍ରତା ଶତପଥୀ ପ୍ରକାଶ କରିଥିଲେ।