ଟ୍ରକକୁ ପିଟିଲା ତୀର୍ଥଯାତ୍ରୀବାହି ବସ। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଡ଼ାକ୍ତରଖାନାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ବାରିପଦା ସଦର ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥର ବୁଢ଼ିଖମାରୀ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ସହ ଡ୍ରାଇଭର ଫେରାର। ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି। ବାରିପଦା ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନଯାୟୀ ତୀର୍ଥଯାତ୍ରୀ ବସଟି ହାଇଦ୍ରାବାଦରୁ ବାହାରି ଗୋୟା ଯାଉଥିଲେ ସମସ୍ତ ଯାତ୍ରୀ। ବସରେ ୨୦ଜଣ ଯାତ୍ରୀ ଓ ଦୁଇଜଣ ଡ୍ରାଇଭର ଓ ହେଲ୍ପର ଥିଲେ। ମୃତକ ଡ୍ରାଇଭର ହେଲେ ହାଇଦ୍ରାବାଦ ଚାରମିନାର ଅଞ୍ଚଳର ଉଦୟ ସିଂ। ସୂଚନା ଅନୁସାରେ ହାଇଦ୍ରାବାଦରୁ ବାହାରି ଭୁବନେଶ୍ବର ଓ ବାଲେଶ୍ଵର ଦେଇ ତୀର୍ଥକ୍ଷେତ୍ର ଗୋୟା ଯାଉଥିଲେ ତୀର୍ଥଯାତ୍ରୀ।
ତେବେ ଆଜି ଭୋର ୫:୩୦ ସମୟରେ ୧୮ ନଂ ଜାତୀୟ ରାଜପଥର ବୁଢ଼ିଖମାରୀ ଛକ ନିକଟରେ ଟ୍ରକ୍ ପଛରେ ତୀର୍ଥଯାତ୍ରୀବାହୀ ବସଟି ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ହସ୍ପିଟାଲ୍ ପରିସରରେ ମୃତ୍ୟୁ ହୋଇଥିବା ଏଡିଏମଓ ବିଜୟ କୁମାର ଦାସ ସୂଚନା ଦେଇଛନ୍ତି। ଅନ୍ୟ ୧୪ଜଣ ଗୁରୁତର ଅବସ୍ଥାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।