ଦୀର୍ଘ ଦିନର ସରକାର ଭାଙ୍ଗିଲା ହେଲେ ଥମୁନି ଗଣ୍ଡଗୋଳ, ଗାଁରେ ଚାଲିଛି ବିଜେଡ଼ି ସରପଞ୍ଚଙ୍କ ଗୁଣ୍ଡା ରାଜ,ପୋଷା ଗୁଣ୍ଡାପାଳି ଗାଁ ଲୋକଙ୍କୁ କରୁଛନ୍ତି ଆକ୍ରମଣ, ଚଳେଇଛନ୍ତି ହିଟଲରଙ୍କ ଶାସନ,ସରକାର ଚାଲିଗଲା କିନ୍ତୁ ଗଲାନି ଦାଦାଗିରୀ ରୋବାବ। ଗାଁ ମନ୍ଦିର ଖୋଲିବାରୁ ମହିଳାଙ୍କୁ ଗୋଡେଇ ଗୋଡେଇ ଠେଙ୍ଗା ଧରି କରାଯାଉଛି ଆକ୍ରମଣ , କାରଣ ଏହି ଗାଁ ଲୋକ ମାନେ ବିଜେପି କୁ ଭୋଟ ଦେଲେ ବୋଲି ଗାଁ ମନ୍ଦିର ପୂଜାକୁ ବି ବନ୍ଦ କଲେ, ଯିଏ ବିରୁଦ୍ଧରେ ଗଲା ତାକୁ କଙ୍ଗାରୁ କୋର୍ଟରୁ ମିଳିଲା ଦଣ୍ଡ, ଘଟଣାଟି ହେଉଛି ରାଜନଗର ବ୍ଲକ ବାଘମାରି ପଞ୍ଚାୟତ ରାଧାମାଳିପୁର ଗାଁର,
ଏହି ଗାଁରେ ଲୋକ ଙ୍କ ସ୍ୱାଧୀନତା ନାହିଁ ଦୀର୍ଘ ଦିନ ଧରି ବିଜେଡି ଗୁଣ୍ଡାଙ୍କ ଦ୍ୱାରା ବସୁଛି କଙ୍ଗାରୁ କୋର୍ଟ ଗାଁ ମନ୍ଦିରକୁ ଗାଁ ଲୋକଙ୍କୁ କରୁଛନ୍ତୁ ମନା ଯିଏ ଯାଉଛି ତାକୁ ମିଳୁଛି ଦଣ୍ଡ ପ୍ରହାର, ଯିଏ ପ୍ରତିବାଦ କଲା ତାକୁ ଜୀବନରୁ ମାରିଦେବାର ମିଳୁଛି ଧମକ .. ଅଭିଯୋଗ ନେଇ ଥାନାରେ ଏଫଆଇଆର ଦେଲେ ମଧ୍ୟ ହେଉନି କାର୍ଯ୍ୟନୁଷ୍ଠାନ ଉପରୁ ଆସୁଚି ବିଜେଡ଼ି ବିଧାୟକ ଦ୍ଵାରା ଥାନାକୁ ପ୍ରେସର ,କାରଣ ଏମାନଙ୍କ ପଛଦ ପଟରେ ରହି ବିଧାୟକ ଧ୍ରୁବ ସାହୁ ଗୁଣ୍ଡା ଗିରି କରିବାକୁ ସାହସ ଯୋଗାଇ ଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ବିଜେଡ଼ି ଗୁଣ୍ଡାଙ୍କ ଡରରେ ଭୟଭୀତ ଗ୍ରାମବାସୀ। ନ୍ୟାୟ ପାଇଁ ନୂତନ ମୋହନ ମୁଖ୍ୟମନ୍ତ୍ରୀ ମୋହନ ସରକାରଙ୍କୁ କରିଛନ୍ତି ନିବେଦନ