ରାଜସ୍ଥାନ ଜୟପୁର ବିମାନବନ୍ଦରରେ ଏକ ସାଙ୍ଘାତିକ ମାମଲା ସାମ୍ନାକୁ ଆସିଛି। । ଏହି ଭିଡ଼ଓ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓ ଅନୁସାରେ, CISF ପୁଲିସ ଏବଂ ସ୍ପାଇସଜେଟ୍ ବିମାନର ଜଣେ ମହିଳା କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା, ଏହି ସମୟରେ ମହିଳା ଜଣକ ପୁଲିସକୁ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି। ସେଠାରେ ଅନ୍ୟମାନେ ଉପସ୍ଥିତ ଥିଲେ ମଧ୍ୟ କେହି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ।
CISF ସୂଚନାନୁସାରେ, ସ୍ପାଇସଜେଟର ମହିଳା କର୍ମଚାରୀ ଅନୁରାଧା ରାଣୀ ଏବଂ ଅନ୍ୟ କ୍ରୁ ସଦସ୍ୟ ଭୋଅର ୪ଟା ସମୟରେ ବିମାନବନ୍ଦରର ଏକ ଫାଟକ ଦେଇ ପ୍ରବେଶ କରୁଥିଲେ। ଏହି ସମୟରେ CISF ସବ୍-ଇନସ୍ପେକ୍ଟର ଗିରିଜା ପ୍ରସାଦ ଉକ୍ତ ଗେଟ୍ ଦେଇ ପ୍ରବେଶ କରିବା ପାଇଁ ଅନୁମତି ନଥିବା କହି ସେମାନଙ୍କୁ ଅଟକାଇଥିଲେ। ଏହାକୁ ନେଇ ଅନୁରାଧା ଏବଂ ଗିରିଜା ପ୍ରସାଦଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।