କୁପୋଷଣ ଏକ ସାମାଜିକ ବ୍ୟାଧି।ଏହାକୁ ସାମୁହିକ ଉଦ୍ୟମ ରେ ଦୂର କରିବା ଆବଶ୍ୟକ। ସେଥିପାଇଁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ୟୁନିସେଫର ସହଭାଗିତା ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ।
ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ କାର୍ୟ୍ୟାଳୟ ,ମିଶନ ଶକ୍ତି ଓ ୟୁନିସେଫ ଓଡିଶା ଶାଖା ର ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଯୋଗ ଦେଇ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୃଷ୍ଟି କୁପୋଷଣ ଦ୍ବାରା ଶିଶୁ ର ମାନସିକ ଓ ଶାରୀରିକ ଅବସ୍ଥା ପ୍ରଭାବିତ ହେବା ସହ ପାରିବାରିକ ଓ ସାମାଜିକ ଅର୍ଥ ନୀତି ମଧ୍ୟ ଦୁର୍ବଳ ହୋଇ ଥାଏ। ତେଣୁ ତୃଣମୂଳ ସ୍ତରରେ ରହୁଥିବା ବିଭାଗୀୟ କର୍ମଚାରୀ ମାନେ ନିଷ୍ଠାପର ଭାବେ ମା ଓ ଶିଶୁ ମାନଙ୍କ ପୁ୍ଷ୍ଟି ସାଧନ ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରତ୍ୟେକ ଶିଶୁ ଆଗାମୀ କାଲିର ଭବିଷ୍ୟତ। ତେଣୁ ସୁସ୍ଥ ଶିଶୁ ଓ ସୁସ୍ଥ ମା ସମାଜ ପାଇଁ ସମ୍ବଳ ହୋଇଥିବା ବେଳେ କୁପୋଷଣ ର ଶୀକାର ମାନେ ସମାଜ ପାଇଁ ବୋଝ ପାଲଟି ଯାଆନ୍ତି।
ତେଣୁ ଦାୟିତ୍ୱ ରେ ଥିବା କର୍ମଚାରୀ ଓ ଅଧିକାରୀ ମାନେ ମା ଓ ଶିଶୁ ସ୍ୱାସ୍ଥ୍ୟ ପ୍ରତି ଉତ୍ତରଦାୟୀ ଭାବେ କାର୍ୟ୍ୟ କରିବାକୁ ଅନୁରୋଧ କରିଥିଲେ।
ପୋଷଣ ର ଜିଲ୍ଲା ସଂଯୋଜକ ସଶ୍ମିତା କର୍ମକାର,ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକକ ଆରତୀ ସାହୁ,ମମତା ଡିପିସି ପ୍ରଣତି ମହାନ୍ତି, ସିଡିପିଓ,ସୁପରଭାଇଜର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଅତିଥି ମାନେ ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ ସମ୍ପର୍କିତ ସହାୟକ ପୁସ୍ତିକା କୁ ଉନ୍ମୋଚନ କରିଥିଲେ।