ଗୋଟିଏ ଘରୁ ମିଳିଲା ଦୁଇ ଦୁଇଟି ମୃତଦେହ । ଗୋଟିଏ ଘର ଭିତରୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏ ଘଟଣା ହେଉଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଓଲଢି ଫକୀରବାଦ ଜେନା ସାହିର । ସାହିର ଧରଣୀ ଜେନାଙ୍କ ପୁଅ ମକରା ଜେନା ଓ ବୋହୂ ପିଙ୍କି ଜେନାଙ୍କ ମୃତଦେହ ବନ୍ଦ ଘରୁ ମିଳିଥିବା ଜଣାପଡିଛି । ତେବେ ଆଜି ସକାଳୁ ଉଭୟ ଘରର କବାଟ ନ ଖୋଲିବାରୁ ପରିବାର ପକ୍ଷରୁ କବାଟ ଭାଙ୍ଗି ଉଭୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଏହା ପରେ ତାଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ସକାଳ ଖବର ପାଇଥିଲେ ମଧ୍ୟ ଏପଯ୍ୟନ୍ତ ଘଟଣାସ୍ଥଳରେ ପୋଲିସ ନ ପହଁଞ୍ଚିବ। ନେଇ ଗାଁ ଲୋକଙ୍କର ଅସନ୍ତୋଷ ଦେଖିବାକୁ ମିଳିଛି ।