ପବିତ୍ର ଆଷାଢ ମାସ,କୃଷ୍ଣପକ୍ଷ ତ୍ରୟୋଦଶ ତିଥି । ଅଣସର ଗୁପ୍ତ ନୀତି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଅପୂର୍ବ ସୌନ୍ଦର୍ୟ୍ୟ ଫେରାଇ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି ସେବକ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆୟୋଜନ ଚାଲିଛି । ମା’ ଲକ୍ଷ୍ମୀଙ୍କ ବାର, ଗୁରୁବାର ଆଜି । ଶ୍ରୀମନ୍ଦିରରେ ଘଣାଲାଗି ନୀତି ପାଇଁ ବିଳମ୍ବିତ ରାତିରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବଡ ଠାକୁର ଶ୍ରୀ ବଳଭଦ୍ରଙ୍କୁ ଲାଗି ହେବ ଘଣା । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର ପାଇଁ ଶୁଦ୍ଧ ସୁଆର ସେବକଙ୍କ ଘରେ ଖଳି ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ଖଡି ପ୍ରସାଦ ନୀତି ଆୟୋଜନ ପାଇଁ ବି’ ପ୍ରସ୍ତୁତି ଚାଲିଛି । ଏହା ପରେ ଅସୁସ୍ଥ ମହାପ୍ରଭୁଙ୍କ ନବ ଯୌବନ ପ୍ରାପ୍ତି ।