ସାରା ଭାରତରେ ନୂତନ ଅପରାଧିକ ଆଇନ ଲାଗୁ ହୋଇଛି । ତେବେ ଏହି ଆଇନ ଲାଗୁ ହେବା ନେଇ ସୁନ୍ଦରଗଡ଼ ପୋଲିସ ଆଜି ସୁନ୍ଦରଗଡ଼ ଟାଉନ ଥାନା ପରିସରରେ ସୁନ୍ଦରଗଡ଼ର ସଚେତନ ନାଗରିକଙ୍କୁ ନେଇ ପ୍ରଚଳିତ ଆଇନ ଉପରେ ସଚେତନ କରିଛି । ଏହି ଆଇନରେ ନାଗରିକଙ୍କୁ ସୁରକ୍ଷା ଦେବା ସହ ନ୍ୟାୟ ଦେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ସଦର ଏସ ଡି ପି ଓ କହିଛନ୍ତି । ତେବେ ନୂତନ ଆଇନରେ ପୋଲିସକୁ ଅଧିକ କ୍ଷମତା ଦିଆଯାଇଥିବା କଥା ସ୍ପଷ୍ଟ କରାଯାଇଛି । ଜିରୋ ଏଫ ଆଇ ଆର ପରି ବିଷୟକୁ ପ୍ରଚଳନ କରାଯାଇଛି । ମହିଳାଙ୍କ ଉପରେ ଅତ୍ୟାଚାର ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ଥିବା କଥା ସଚେତନ କରାଯାଇଛି ।