ସମଗ୍ର ଦେଶରେ ଆଜି ନୂତନ ଅପରାଧିକ ଆଇନ ଲାଗୁ କରାଯାଇଛି । ଏହି ପରିପେଖି ରେ ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ଏହି ଆଇନ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଆଡିସ୍ନାଲ ତହସିଲଦାର ରଜାଏ ରସୁଲ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ଦଲାଲ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶିବ ପ୍ରସାଦ ମିଶ୍ର, ବୌଦ୍ଧ ପଞ୍ଚାୟତ କଲେଜ ଅଧ୍ୟକ୍ଷା ପ୍ରକାଶ ବେହେରା, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ରବୀନ୍ଦ୍ର ଗୁରୁ ପ୍ରମୁଖ ଯୋଗଦେଇଥିଲେ । ଇଂରେଜ ମାନଙ୍କ ଅମଳରୁ ଚାଲି ଆସିଥିବା ଆଇନ ସବୁକୁ ବଦଳାଇ ନୂତନ ଆଇନ ଲାଗୁ କରାଯାଇଥିବା ସୂଚନା ଦିଆଯାଇଛି । ୧୮୬୦ ମସିହା ରୁ ଚାଲିଥିବା IPC ବଦଳରେ ୨୦୨୩ ରେ ତିଆରି ହେଇଥିବା ଭାରତୀୟ ନ୍ୟାୟ ସଂହିତା ପ୍ରଣୟନ କରାଯାଇଛି। ଏହି କର୍ମଶାଳା ରେ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଏହି ନୂତନ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା। ଏହି କର୍ମଶାଳା ରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଙ୍କ ସହିତ ଓକିଲ ସଂଘ, ବୁଦ୍ଧିଜୀବୀ ଏବଂ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।