ବଅଁରପାଳ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବଅଁରପାଳ ବ୍ଲକ ରେ ଥିବା ଅନୁଗୁଳ ବିଧାନସଭା ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀ ୩୫ ଟି ଗ୍ରାମ ପଞ୍ଚାୟତ ରେ ପୂର୍ବରୁ କେଉଁ ଯୋଜନା ରେ କଣ କାର୍ଯ୍ୟ ହୋଇଛି । ଆଗକୁ ଗ୍ରାମ ପଞ୍ଚାୟତ ରେ କିପରି ଉନ୍ନତି ମୂଳକ କାର୍ଯ୍ୟ ହେବ ଓ ଗ୍ରାମ ପଞ୍ଚାୟତ ରେ ଥିବା ମୌଳିକ ସମସ୍ୟା ର ସମାଧାନ ପାଇଁ କାର୍ଯ୍ୟ ହେବ ସେ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ଅନୁଗୁଳ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ, ଓ ଛେଣ୍ଡିପଦା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଗସ୍ତି ବେହେରା ଉପସ୍ଥିତ ରହି ବଅଁରପାଳ ବ୍ଲକ୍ ର ବିଡିଓ, ତହସିଲଦାର, ବ୍ଲକ୍ ଶିକ୍ଷା ଅଧିକାରୀ, ଅତିରିକ୍ତ ବିଡିଓ, ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସମସ୍ତ ବ୍ଲକ୍ ଅଧିକାରୀ ଙ୍କ ସହିତ ବ୍ଲକ୍ ରେ ଥିବା ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ, ପାନୀୟଜଳ ର ସୁବିଧା ଉପରେ ଗୁରୁତ୍ଵ ଦେବା ପାଇଁ ଆଲୋଚନା କରିବା ସହିତ ଆଗକୁ ବର୍ଷା ଆସୁଥିବାରୁ ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣରେ କହିଥିଲେ ବ୍ଲକ ର ସମସ୍ତ କର୍ମଚାରୀ ଙ୍କୁ ମୁଁ ବିଧାୟକ ହିସାବରେ ନୁହେଁ ବରଂ ଆପଣ ମାନଙ୍କ ର ଭାଇ ହିସାବରେ ମତେ ଭାବିବେ, ସମସ୍ତେ ମିଳିମିଶି ଆମେ କାମ କରିବା ସହ ବଅଁରପାଳ ବ୍ଲକର ୩୫ ଟି ପଞ୍ଚାୟତର କିପରି ଉନ୍ନତି ହେବ ସେ ଦିଗରେ କାମକରିବା ଓ ଆପଣ ମାନଙ୍କ ର ଜାହା ଅସୁବିଧା ଆମ ଦୁଇଣ ବିଧାୟକଙ୍କୁ ଫୋନ କରିବା ସହ ଜେତେ ବେଳେ ଡାକିବେ ଆମେ ଦୁଇ ବିଧାୟକ ଆସି ତୁରନ୍ତ ସେ କାମର ସମାଧାନ କରିବୁ । ଆମେ ଏହିଭଳି କାମ କରିବା ବଅଁରପାଳ ବ୍ଲକ ଏକ ନମ୍ବର ହେବ ।