ଟି-୨୦ ବିଶ୍ୱକପରେ ବାଜି ମାରିଛି ଭାରତ । ଟି-୨୦ ବିଶ୍ୱକପ ୨୦୨୪ରେ ଚାମ୍ପିଅନ ହୋଇଛି ଭାରତ । ବାର୍ବାଡୋସର ବ୍ରିଜଟାଉନ ଠାରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି ରୋହିତ ବ୍ରିଗେଡ । ଦୀର୍ଘ ୨୧ ବର୍ଷ ପରେ ଭାରତ ପୁଣିଥରେ ଟି୨୦ ବିଶ୍ୱ ଚାମ୍ପିଅନ ହୋଇଛି । ତେବେ ପୂର୍ବଥର ୨୦୦୭ ମସିହାରେ ଭାରତ ଟି୨୦ ବିଶ୍ୱକପ ଚାମ୍ପିଅନ ହୋଇଥିଲା । ଗତକାଲିର ମ୍ୟାଚରେ ୧୭୭ ରନର ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ୱିକେଟ ହରାଇ ସଙ୍କଟ ସ୍ଥିତିରେ ଥିଲା । ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ରନ କରି ଆଉଟ ହୋଇଥିଲେ । କିନ୍ତୁ କ୍ୱିଂଟେନ ଡିକକ୍ ଓ ଟ୍ରଷ୍ଟାନ ଷ୍ଟବସ ଏକ ଭଲ ପାର୍ଟନରସିପ କରି ପାଳିକୁ ସମ୍ଭାଳିଥିଲେ । ଏହାପରେ ଷ୍ଟବସ ୩୧ ରନ କରି ଆଉଟ ହେବା ପରେ ଡିକକ୍ ଓ ହେନରିକ କ୍ଲାସିନଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ହୋଇଥିଲା । ଡିକକ୍ ୩୯ ଓ କ୍ଲାସେନ ୫୨ ରନ କରି ଖେଳକୁ ମଜବୁତ ସ୍ଥିତିକୁ ଆଣିଥିଲେ । ଡେଭିଡ ମିଲର ୨୧ ରନ କରି ଆଉଟ ହୋଇଥିଲେ । ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୬୯ ରନ କରି ପାରିଥିଲା । ତେବେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ୬ ୱିକେଟ ହରାଇ ୧୭୬ ରନ କରିଥିଲା ।