ଶ୍ରୀ ମନ୍ଦିର ପ୍ରଶାସନ ର ଅବହେଳା ଯୋଗୁ ନଷ୍ଟ ହୋଇଯାଇଛି ରଥର ପାର୍ଶ୍ଵ ଦେବଦେବୀ ମୂର୍ତ୍ତୀ ଓ ସଖୀ ମୂର୍ତି। ଅନେକ ମୂର୍ତ୍ତି ଗୁଡିକ ଉଈ ଖାଇ ଯାଇଥିବାରୁ ତାହା ନଷ୍ଟ ହୋଇ ଯାଇଚି। ମୂର୍ତି ଗୁଡିକ ର ମୁହଁ, କାନ, ହାତ ଗୁଡିକ ସମ୍ପୂର୍ଣ ନଷ୍ଟ ହୋଇ ଯାଇଚି । ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରୂପକାର ସେବକ। ରୁପକାର ସେବକ ଅଭିଯୋଗ କରିଚନ୍ତି ଶ୍ରୀ ମନ୍ଦିର ପ୍ରଶାସନ କୁ ବାରମ୍ବାର ଅବଗତ କରାଯିବା ସତ୍ତ୍ୱେ ରଥର ପାର୍ଶ୍ଵ ଦେବଦେବୀ, ସଖୀ ମୂର୍ତି, ସାରଥି ସଠିକ୍ ସ୍ଥାନ ରେ ରଖାଗଲା ନାହିଁ। ଫଳରେ ଏଗୁଡ଼ିକ ଉଈ ଖାଇ ଅଧିକାଂଶ ନଷ୍ଟ ହୋଇ ଯାଇଛି। ଏଣୁ ଆଗାମୀ ରଥ ଯାତ୍ରା ରେ ରଥ ରେ କିଭଳି ପାର୍ଶ୍ଵ ଦେବାଦେବୀ, ସଖୀ କିଭଳି ଲଗାଇବେ ସେ ନେଇ ରୂପକାର ସେବକ ପ୍ରଶ୍ନ କରିଛନ୍ତି। ମହାପ୍ରଭୁ ଙ୍କ ରଥ ର ପାର୍ଶ୍ଵ ଦେବାଦେବୀ, ସଖୀ, ଘୋଡ଼ା କୁ ପୂଜା କରାଯାଏ। ପୁର୍ବରୁ ଶ୍ରୀ ମନ୍ଦିର ଆନନ୍ଦ ବଜାର ର ପାଣି ଘରେ ରଖାଯାଇ ପୂଜାର୍ଚ୍ଚନା ହେଉଥିଲା। ପରେ ଏହାକୁ କୋଇଲି ବୈକୁଣ୍ଠ, ଦୋଳ ବେଦୀ ଓ ଶେଷ ରେ ବଡ଼ ଦାଣ୍ଡ ରେ ଥିବା ଶ୍ରୀ ମନ୍ଦିର ପ୍ରଶାସନ ର ପାର୍କିଂ ସ୍ଥାନ ରେ ଅତି ଦୟନୀୟ ଭାବେ ରଖାଯାଇଛି। ଫଳରେ ଉଈ ଖାଇ ରଥର ଏହି ମୂର୍ତି ଗୁଡିକ ନଷ୍ଟ ହୋଇ ଯାଇଛି। ତେବେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ରେ ଏକ ସ୍ବତନ୍ତ୍ର ସ୍ଥାନରେ ଏଗୁଡ଼ିକ ରଖିବାକୁ ରୂପକାର ସେବକ ମାନେ ଶ୍ରୀ ମନ୍ଦିର ପ୍ରଶାସନ କୁ ଜଣାଇ ଥିଲେ। ହେଲେ ଦୁର୍ଭାଗ୍ୟ ର ବିଷୟ ଶ୍ରୀ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଲା ନାହିଁ। ଏଣୁ ଏହା ନଷ୍ଟ ହୋଇ ଯାଇଥିବା ସେବାୟତ ଅଭିଯୋଗ କରିଚନ୍ତି। ମହାପ୍ରଭୁ ଙ୍କ ନବ କଳେବର ସମୟ ରେ ନୁଆ ସାରଥୀ, ଘୋଡ଼ା, ପାର୍ଶ୍ଵ ଦେବଦେବୀ, ସଖୀ ମୂର୍ତି ନିର୍ମାଣ ହେବାର ବିଧି ରହିଛି। ସେପଟେ ରଥର ପାର୍ଶ୍ଵ ଦେବଦେବୀ, ସଖୀ ମୂର୍ତି ନଷ୍ଟ ହୋଇଥିବା ପ୍ରସଙ୍ଗ ରେ ଆଇନମନ୍ତ୍ରୀ କହିଛନ୍ତି ଘଟଣା କୁ ଅନୁଧ୍ୟାନ ପାଇଁ ସେ ଶ୍ରୀ ମନ୍ଦିର ମୂଖ୍ୟ ପ୍ରଶାସକ କୁ କହିଚନ୍ତି। ତେବେ ପୁରୀ ସହର କୁ ବିଶ୍ଵ ସ୍ତରୀୟ ସହର କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତି କରୁଥିବା ଆଇନମନ୍ତ୍ରି କହିଚନ୍ତି। ସେପଟେ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲାଯିବ ନିଷ୍ପତ୍ତି ଖୁବ୍ ଶୀଘ୍ର ହେବ। ଏହା ଉପରେ ପ୍ରକ୍ରିୟା ଚାଲିଚି। ତେବେ ଚଳିତ ବର୍ଷ ରଥଯାତ୍ରା ସହିତ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ଗୋଟିଏ ଦିନ ରେ ପଡୁଥିବାରୁ ଶୃଙ୍ଖଳିତ ନିତି ଓ ରଥ ଟଣା ପାଇଁ ନବ ଯୌବନ ଦର୍ଶନ ଭକ୍ତ ଙ୍କ ପାଇଁ ବନ୍ଦ ରହିବା ନିଷ୍ପତ୍ତି ନିଆଯାଇଛି। ତେବେ ନିଷ୍ପତ୍ତି କଠୋର ହେଲେ ମଧ୍ୟ ଶ୍ରୀ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ମହାପ୍ରଭୁ ଙ୍କ ରଥ ଯାତ୍ରା ଆୟୋଜନ ହେବ ବୋଲି ମନ୍ତ୍ରୀ