ନୁଆ ଅନୁଗୁଳ,ବିକଶିତ ଅନୁଗୁଳ, ସଶକ୍ତ ଅନୁଗୁଳ ଏଵଂ ସମସ୍ୟା ମୁକ୍ତ ଅନୁଗୁଳ ଦେଖିବେ ଅଞ୍ଚଳବାସୀ” ଟ୍ଟ ମନ୍ତ୍ରୀ ପଦ ପାଇବା ପରେ ପ୍ରଥମ ଥର ଅନୁଗୁଳ ଗସ୍ତରେ ଆସି ଏପରି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଦୀର୍ଘ ବର୍ଷ ଧରି ଶିଳ୍ପାୟନକୁ ନେଇ ଲାଗି ରହିଥିବା ଜମି ସମସ୍ୟା ଦୂର ହେବ ତତ୍ ସହିତ ଚାଷ ଚାଷୀ ଓ ନିଯୁକ୍ତି କୁ ପ୍ରାଥମିକତା ଦିଆ ଯିବ। ଅନୁଗୁଳରେ ପହଞ୍ଚିବା ପରେ ପ୍ରଥମେ ସମସ୍ତ ନିର୍ବାଚିତ ବିଧ୍ୟାୟକ ଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ସମୀକ୍ଷା କରିଛନ୍ତି। ଏହା ପରେ ଜିଲ୍ଲା ବିଜେପି କାର୍ୟ୍ୟାଳୟ ରେ ପହ ଞ୍ଚି ଥିଲେ। ସେଠାରେ ଶହ ଶହ କର୍ମୀ ସୁରେଶ ପୂଜାରୀଙ୍କୁ ଭବ୍ୟ ସ୍ଵାଗତ କରିଥଲେ। ଏହି ଅବସରରେ ସେ କହିଛନ୍ତି ଯେ, ରାଜସ୍ୱ ବିଭାଗ ସବୁ ବିଭାଗ ଆଧାର ଅଟେ । ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ସେବା ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଇସାରିଛି । ରାଜସ୍ବ ବିଭାଗର ସେବା ବିନା ବାଧା ରେ ଧାଡ଼ିର ଶେଷରେ ଛିଡା ହୋଇଥିବା ବ୍ୟକ୍ତିଙ୍କ ପାଖକୁ କିପରି ଭାବେ ପହଞ୍ଚିବ ସେନେଇ ପଦକ୍ଷେପ ନିଆଯିବ । ଆଗାମୀ ଦିନରେ ନୂଆ ଓଡି଼ଶା ଗଠନ କରାଯିବ ଯାହା ସମୃଦ୍ଧ, ବିକଶିତ, ଆତ୍ମ ନିର୍ଭର, କ୍ଷୁଧା ମୁକ୍ତ, ଭୟ ମୁକ୍ତ ଓ ହିଂସା ମୁକ୍ତ ହେବ ।