ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ଆଇନ କାନୁନ ଉଲଗ୍ନ କରି ଟଙ୍କା ଲୋଭରେ ବେସରକାରୀ ଜାଗାରେ କରୁଛନ୍ତି ସରକାରୀ କାମ , ଟଙ୍କା ଲୋଭରେ ଗାଁ ଲୋକଙ୍କ ସହ କରୁଛନ୍ତି ଗୁଣ୍ଡାଗର୍ଦୀ ଅଭିଯୋଗ କଲେ ଠିକା ସଂସ୍ଥା ନେଇଥିବା ପୋଷା ଗୁଣ୍ଡାଙ୍କ ଦ୍ୱାରା ଗାଁ ଲୋକଙ୍କୁ ମିଳୁଛି ଧମକ। ଏଭଳି ଘଟଣା ସାମ୍ନାକୁ ଆସିଛି ରାଜନଗର ବ୍ଲକ କେରୁଆପାଳ ପଞ୍ଚାୟତ ଅନନ୍ତକେଶରୀ ଗ୍ରାମରୁ, ଏହି ଗ୍ରାମକୁ ଆମ ଓଡିଶା ନବୀନ ଓଡ଼ିଶା ମାଧ୍ୟମରେ ଦୁଇଟି ପ୍ରକଳ୍ପ ପାଇଁ ସାତ ଲକ୍ଷ ଟଙ୍କା ଆସିଥିଲା, ଗୋଟିଏ ମା ଶୀତଳା ଦେବୀ ଭୋଗ ମଣ୍ଡପ ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ଆସୁଥିବା ବେଳେ ଅନ୍ନଟି ଯୁବ ବିକାଶ କେନ୍ଦ୍ର ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ଆସୁଥିଲା ,ଏହି ସଂପୂର୍ଣ୍ଣ କାର୍ୟ୍ୟର ୱାର୍କ ଅର୍ଡର ଜେଇ ଅନିରୁଦ୍ଧ ନାୟକଙ୍କ ନାମରେ ରହିଥିଲା । ବଡ ଦୁଃଖର କଥା ବଡ଼ ଚଞ୍ଚକତା ସହିତ ଜେଇ ଅନିରୁଦ୍ଧ ନାୟକ ମା ଶୀତଳା ଦେବୀଙ୍କ ଭୋଗ ମଣ୍ଡପ ଟଙ୍କାକୁ ବିଜୁ ଯୁବ ବିକାଶ କେନ୍ଦ୍ରରେ ଲଗାଇ ଦେଇ ବିଜୁ ଯୁବକ ବିକାଶ କେନ୍ଦ୍ରକୁ ଆସିଥିବା ଟଙ୍କାକୁ ଗିଳିଦେଲେ,କିନ୍ତୁ ଏହି ଦୁଇ ପ୍ରକଳ୍ପର କାର୍ୟ୍ୟ ଅବଧି ଶେଷ ହୋଇଯାଇଥିଲେ ସୁଦ୍ଧା ଜୋର ଜବରଦସ୍ତ ରାତିଦିନ କାମକରି ବିଲ ଉଠାଇ ବାକୁ ପ୍ରୟାସ ।କାରଣ ସେଠାରେ ଏକ ଅନାବାଦୀ ଜାଗା ରହିଥିଲା ଯାହା ଉପରେ ପୂର୍ବରୁ ବିରେନ ମାଈତି ନାମକ ଜଣେ ବ୍ୟକ୍ତି ଜବରଦଖଲରେ ରହିଥିଲେ, କିନ୍ତୁ ଏ ସମ୍ପର୍କରେ ଜେଇ ଅନିରୁଦ୍ଧ ନାୟକ ସ୍ଥାନୀୟ ତହସିଲଦାର କିମ୍ଭା ଆରଆଇଙ୍କୁ ନ ଜଣାଇ ବିଜେଡି ଛତ୍ରଛାୟାରେ ରହି ଲୁଚାଣିଆରେ ନିମ୍ନମାନର କାର୍ୟ୍ୟ କରୁଥିବାର ଅଭିଯୋଗ ଆଣିଥିଲେ ଗ୍ରାମବାସୀ,ଏ ସମ୍ପର୍କରେ ଜେଇ ଅନିରୁଦ୍ଧ ନାୟକଙ୍କୁ ପଚାରିବାରୁ ସେ କହିଥିଲେ ମୋ ନାଁରେ ୱାର୍କଅର୍ଡର ରହିଥିଲେ ସୁଦ୍ଧା ସେହି କାର୍ୟ୍ୟ ମୁଁ କରୁନାହିଁ କିଏ କରୁଛି ତାକୁ ମଧ୍ୟ ମୁଁ ଜାଣିନାହିଁ। ଏହାପରେ ସେହି ବିଜୁ ଯୁବ ବିକାଶ କେନ୍ଦ୍ର ନିର୍ମାଣ କାର୍ୟ୍ୟକୁ ଗ୍ରାମବାସୀ ବିରୋଧ କରିବାରୁ ସେମାନଙ୍କୁ ମାରିଦେବାକୁ ଧମକ ମିଳିଥିଲା ଠିକା ସଂସ୍ଥାର ଗୁଣ୍ଡା ମାନଙ୍କ ପାଖରୁ ଯାହାର ମାଷ୍ଟର ମାଇଣ୍ଡ ହେଉଛନ୍ତି ନିଜେ ଜେଇ ଅନିରୁଦ୍ଧ ନାୟକ,ଏହି ନିର୍ମାଣ କାର୍ୟ୍ୟରେ କୌଣସି ସଠିକତା ନଥିବାରୁ ଗ୍ରାମବାସୀ ଏ ବାବଦରେ ଲିଖିତ ଅଭିଯୋଗ ଦେଇଥିଲେ ସ୍ଥାନୀୟ ଆର ଆଇଙ୍କୁ ।ଅଭିଯୋଗକୁ ଭିତ୍ତିକରି ଉକ୍ତ କାର୍ୟ୍ୟକୁ ବନ୍ଦ କରିଛନ୍ତି ସ୍ଥାନୀୟ ଆରଆଇ.