ବଜାରରେ ପରିବା ଦର ଶୁଣି ଗ୍ରାହକ ଏବେ ହୋଇପଡୁଛନ୍ତି ତାଜୁବ .,. କୌଣସି ବି ପରିବା ୧୦୦ ତଳକୁ ନାହିଁ । ଆଳୁ ଓ ପିଆଜ ବି କିଲୋ ପିଛା ୪୦ ଟଙ୍କା ରେ ବିକ୍ରି ହେଉଛି ..,., । ପରିବାର ଏପରି ଦର ଖାଉଟିଙ୍କ ପକେଟ୍କୁ ବି ଭାରି ବାଧୁଛି. ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏନେଇ ସେ କହିଛନ୍ତି, ନାସିକରୁ ପିଆଜ ୨୯.୫୩ ଟଙ୍କାରେ ଆସୁଛି। ପରିବହନ ଖର୍ଚ୍ଚ ମିଶି ତାହା ୩୪ ଟଙ୍କାରେ ପହଞ୍ଚୁଛି। ଏହି ଦାମରେ ବେପାରୀ ନାସିକରୁ ପିଆଜ ଆଣୁଛନ୍ତି। ଏହାପରେ ହୋଲସେଲର ଓ ରିଟେଲର ବେପାରୀ ନିଜ ଲାଭ ରଖି କେଜି ପ୍ରତି ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହିପରି ଆଳୁ ଲାଗି ଆସାମ ଓ ବେଙ୍ଗଲ ଉପରେ ଓଡ଼ିଶା ନିର୍ଭରଶୀଳ ରହିଛି। ସେଠାରେ ଦର ବଢ଼ିବାରୁ ଆମ ରାଜ୍ୟରେ ମଧ୍ୟ ଆଳୁ ଦର ବଢ଼ିଛି ବୋଲି କହିଛନ୍ତି ମନ୍ତ୍ରୀ ଏହାସହ ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ବିଜେପିର ସଂକଳ୍ପପତ୍ର ଅନୁଯାୟୀ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ। ମୁଖ୍ୟମନ୍ତ୍ରୀ ବି ଏହାଉପରେ ଗୁରୁତ୍ବ ଦେଉଛନ୍ତି। କ୍ୟାବିନେଟ ବୈଠକରେ ଏ ନେଇ ଖୁବଶୀଘ୍ର ଆଲୋଚନା କରାଯିବ।
ସେ ଆହୁରି କହିଛନ୍ତି, ବ୍ୟବସାୟୀଙ୍କ ଅନାବଶ୍ୟକ ହୋର୍ଡିଂ ଉପରେ ବିଭାଗ ନଜର ରଖିଛି। ସବୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବ୍ୟବସାୟୀଙ୍କ ସହ କଥା ହୋଇ ଷ୍ଟକ ଉପରେ ନଜର ରଖିବାକୁ କୁହାଯାଇଛି। ସରକାରଙ୍କ ନୀତି ନିୟମରେ ଖିଲାପି କଲେ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।