ବରଗଡ଼ ସହରରେ ପାରମାନେଣ୍ଟ ଅଟୋ ଷ୍ଟେଣ୍ଡ ପାଇଁ ନିରୀକ୍ଷଣ କଲେ ବରଗଡ଼ ବିଧାୟକ ଅଶ୍ଵିନୀ ଷଡଙ୍ଗୀ।| ସୋମବାର ସକାଲ ୭ ଘଣ୍ଟା ସମୟରେ ବରଗଡ଼ ଗାନ୍ଧିଛକ ସହ ଅନ୍ୟ ସ୍ଥାନ ନିରୀକ୍ଷଣ କରି ଓଟୋ ମାଲିକ ସଂଘର ସମସ୍ୟା କିପରି ଦୂର ହୋଇପାରିବ ଏବଂ ଓଟୋ ରଖିବା ପାଇଁ କୌଣସି ସମସ୍ୟା ନ ହେବ ସେ ନେଇ ବିଚାର ବିମର୍ଶ କରିଥିଲେ । ପୌରପରିଷଦ କାର୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ, ଓ ଆଂଚଳିକ ପରିବହନ ଅତିରିକ୍ତ ଅଧିକାରୀ ଅଶୋକ ପାଣିଗ୍ରାହୀ ଙ୍କ ସହ ଆଲୋଚନା କରିଛନ୍ତି | ସୂଚନାଯୋଗ୍ୟ ଯେ ଗତକାଲି ଓଟୋ ରିକ୍ସା ମାଲିକ ସଂଘର ରୋପ୍ୟ ଜୟନ୍ତୀ ପାଳନ ହୋଇଥିଲା ଏହି ଉତ୍ସବରେ ବିଧାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ତାଙ୍କୁ ଏହି ସମସ୍ୟା ଅଟୋ ଚାଳକ ସଂଘ ଜଣାଇ ଥିଲେ ।ଆଜି ଏହାର ସମାଧାନ ପାଇଁ ବିଧାୟକ ବରଗଡ଼ ଗାନ୍ଧୀ ଛକ , ଭଟଲି ଛକ , ବାନ୍ଦୁ ଟିକ୍ରା ଛକ, ସରକାରୀ ବସଷ୍ଟାଣ୍ଡ, ବେସରକାରୀ ବସଷ୍ଟାଣ୍ଡ ସହ ବହୁ ଜାଗା ବୁଲି ଦେଖିଥିଲେ । ପ୍ରିତମ ସିଂ ,ଅକ୍ରୁର ମଲ୍ଲିକ ,ପ୍ରଶାନ୍ତ ବେହେରା ଙ୍କ ସମେତ ଅଟୋ ଚାଳକ ସଂଘ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ବିଧାୟକ ଅଶ୍ୱିନୀ ଷଡଙ୍ଗୀ ନିଜେ ଅଟୋ ଚଳାଇ ଅଟୋ ଚାଳକ ଙ୍କୁ ଉତ୍ସାହିତ କରିଥିଲେ ଓ ସମସ୍ତ ସମସ୍ୟା ର ସମାଧାନ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।