ରାଜ୍ୟର ସବୁ ମହିଳାଙ୍କ ପାଇଁ ଆସିଲା ଖୁସିର ଖବର..,. ରାଜ୍ୟରେ ବିଜେପି ସରକାର ଗଠନ ପରେ ମହିଳାଙ୍କୁ ମିଳିବ ବଡ ଉପହାର .., ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭନ୍ଦ୍ରା ଯୋଜନା ସ୍କିମ ଟଙ୍କା .. ୧୦୦ ଦିନ ଭିତରେ ହେବ ଲଞ୍ଚ୍ ।ଏମିତି କିଛି ବୟାନ ଦେଇଛନ୍ତି ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା ..,.,.
ସେ କହିଛନ୍ତି, କ୍ୟାବିନେଟ୍ର ମୋହର ବାଜିବା ପରେ ସୁଭଦ୍ରା ଯୋଜନା ଡ୍ରାଫ୍ଟିଂ ଷ୍ଟେଜରେ ଅଛି । ଆସନ୍ତା ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲଞ୍ଚ ହେବ । ତେବେ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ମହିଳାଙ୍କୁ ମିଳିବ ଏହି ଯୋଜନାର ଲାଭ ଉଠାଇପାରିବେ । ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ସ୍କିମର ଟଙ୍କା ମିଳିବ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି । ଆଉ ସ୍କିମ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଅନ୍ୟପଟେ ୭ ଦିନ ଭିତରେ ମିଶନ୍ ଶକ୍ତିର ମାଆମାନେ ଅଢେଇ କୋଟି ଗଛ ଲଗାଇବେ । ଏନେଇ ହର୍ଟି କଲଚର, କୃଷି ବିଭାଗ, ଜଙ୍ଗଲ ବିଭାଗ ଏବଂ ବିଭିନ୍ନ ନର୍ସରୀରେ ଥିବା ଗଛ ଗୁଡିକୁ ମିଶନ୍ ଶକ୍ତି ମାଆମାନଙ୍କୁ ଯୋଗାଇ ଦେବାକୁ ଉପ-ମୁଖ୍ୟମନ୍ତ୍ରୀ ଚିଠି ଲେଖିବେ ବୋଲି ସୂଚନା ମିଳିଛି । ସେ କହିଛନ୍ତି, ସାଢେ ୪ କୋଟି ଓଡିଆଙ୍କ ପାଇଁ ସାଢେ ଚାରି କୋଟି ଗଛ ଲଗାଇବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ୟ୍ୟାୟରେ ସାତ ଦିନ ମଧ୍ୟରେ ଅଢେ଼ଇ କୋଟି ଗଛ ଲଗେଇବେ ମିଶନ ଶକ୍ତିର ମହିଳା ମାନେ । ମିଶନ ଶକ୍ତିର ମାଆ ମାନେ ନିଜ ବାଡ଼ି କିମ୍ବା ରାସ୍ତା କଡ଼ରେ ଗୋଟିଏ ଲେଖା ଗଛ ଲଗେଇବେ । ଆଉ ଯିଏ ଯେଉଁ ଗଛ ଲଗେଇବେ ନିଜ ମାଆର ଯତ୍ନ ନେଲା ଭଳି ସେ ଗଛର ଯତ୍ନ ନେବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।