ଭିଜିଲାନ୍ସ ଜାଲରେ ଖଣ୍ଡହତା ଆରଆଇ, ଏଆରଆଇ । ୫ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ରାଜସ୍ବ ନୀରିକ୍ଷକ ରାଜେନ୍ଦ୍ର ମିଶ୍ରଙ୍କ ନିର୍ଦେଶ କ୍ରମେ ସହକାରୀ ରାଜସ୍ବ ନିରୀକ୍ଷକ ପଞ୍ଚାନନ ଡାଙ୍ଗ ଅଭିଯୋଗକାରି ସଂଗ୍ରାମପୁର ଗାଁ ର ନେତ୍ରାନନ୍ଦ ପ୍ରଧାନଙ୍କ ଠାରୁ ଆର ଓ ଆର ଇସ୍ୟୁ କରିବା ପାଇଁ ଆର ଆଇ ଅଫିସ ଠାରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧାରା ପଡିଲେ । ସମ୍ବଲପୁର ଭିଜିଲାନ୍ସ ଏସ ପିଙ୍କ ନିର୍ଦେଶ କ୍ରମେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଅଧିକାରୀ ଆର ଆଇ ମିଶ୍ର ଏବଂ ଏ ଆର ଆଇ ଡାଙ୍ଗଙ୍କୁ ମାଡ଼ିବସିଲେ । ଉଭୟଙ୍କୁ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଅଫିସରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣା ଯାଇଛି ।