ଆଜି ହେଉଛି ଜ୍ୟେଷ୍ଠ ପୂର୍ଣ୍ଣମା ଆଉ ଆଜିର ଦିନଟିକୁ ପବିତ୍ର ଦେବସ୍ନାନ ପୂର୍ଣ୍ଣମା ନାମରେ ସମସ୍ତେ ଜାଣନ୍ତି .,., ପବିତ୍ର ଦେବସ୍ନାନ ପୂର୍ଣ୍ଣମା ରେ ନେମାଳ ପଦ୍ମବନ ପୀଠରେ ମହାସମାରୋହରେ ପାଳିତ ହେଉଛି ଦେବସ୍ନାନ ପୂର୍ଣ୍ଣମା ଉତ୍ସବ । ବା୍ରହ୍ମ ମୂହୂର୍ତରୁ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି କାଯ୍ୟ ସମାପନା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କେତେ ସୁନ୍ଦର ଆଉ କେତେ ଭୟଙ୍କର ସେ ଅଲୌକିକ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ସମାଧିସ୍ଥ ଦୃଶ୍ୟ। ସତରେ ସେ ଦୃଶ୍ୟ କୁ ଦେଖିଲେ ଆଉ ଭାବିଲେ ମନ ଭିତରେ ଯେତିକି ଏକ ଅପୂର୍ବ ଶିହରଣ ସୃଷ୍ଟି ହୁଏ । ତେଣୁ ମାଳିକା ବର୍ଣିତ କଥା ଆମକୁ ଯେତିକି ଭୟଭୀତ କରିଥାଏ ସେତିକି ସଠିକ୍ ଦିଗଦର୍ଶନ ମଧ୍ୟ ଦେଇଥାଏ।ମାଳିକା ବର୍ଣିତ କଟକ ଜିଲ୍ଲାର ଚିତ୍ରୋତ୍ପଳା ନଦୀର କୂଳ ପଦ୍ମବନ ରେ କାହିଁ କେଉଁ କାଳରୁ ପୂଜାପାଉଛନ୍ତି ପଞ୍ଚସଖା ବାବା ଅଚ୍ୟୁତାନନ୍ଦ। ସେ ଜ୍ୟେଷ୍ଠ ମାସ ଏକାଦୋଶୀ ତିଥି ଏବଂ ଦେବ ସ୍ନାନ ପୂର୍ଣ୍ଣିମା ଦିନ ନେମାଳ ପିଠ ଠାରେ ସମାଧି ନେଇଥିଲେ। ତେଣୁ ଆଜି ସେ ପିଠ ପଦ୍ମ ବନ ନାମରେ ପରିଚିତ। ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଆଜି ଦିନ ଠାରୁ ନେମାଳ ବଟ ରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ନିର୍ବାଣ ଯାତ୍ରା ବହୁ ଧୁମଧାମରେ ପାଳନ ହେଉଛି। ଏହି ପବିତ୍ର ଉତ୍ସବରେ ଦେଶରୁ ବିଭିନ୍ନ କୋଣ ଅନୁକୋଣରୁ ବହୁ ସାଧି ସନ୍ଥ, ମହାପୁରୁଷ , ନେତା , ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ସହ ଅନେକ ଧାର୍ମିକ ବ୍ୟକ୍ତି ବିଶେଷ ଯୋଗଦାନ କରିବାର କାର୍ୟ୍ୟକ୍ରମ ରହିଥିବାବେଳେ ପୁରୀ ଜିଲ୍ଲା ନିମାପଡାର ନାଗବସ୍ତ ଗାଁ ର ରାଜେଶ୍ବରୀ ମା ମଧ୍ୟ ଯୋଗଦାନ କରିବାର କାର୍ୟ୍ୟକ୍ରମ ରହିଛି ଅନ୍ୟପକ୍ଷରେ ଏହି କାର୍ୟ୍ୟକ୍ରମ ଆଜି ଠାରୁ ଠାରୁ ୨୬ ତାରିଖ ପର୍ୟ୍ୟନ୍ତ ଚାଲିବା ସହିତ ଚିତ୍ରୋତ୍ପଳା ନଦୀର କୂଳରେ ବାଲିଯାତ୍ରା ମଧ୍ୟ ଅନୁଷ୍ଠିତ ହେବ