ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ ଠାରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଯୋଗ ଶିବିରରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥିଭାବେ ଯୋଗ ଦେବା ସହିତ ଯୋଗର ଉପକାରିତା ଉପରେ ମତ ରଖିଥିଲେ । ଯୋଗ ଦ୍ବାରା ସ୍ବାସ୍ଥ୍ୟ କିଭଳି ସୁସ୍ଥ ରହିବ ସେଥିପାଇଁ ଆମେ ସମସ୍ତେ ଯୋଗ କରିବାକୁ ଚେଷ୍ଟା କରିବା ବୋଲି କହିଛନ୍ତି । ଏହି ସମାରୋହରେ ଜିଲ୍ଲାର ସମସ୍ତ ଅଧିକାରୀ, ସଚେତନ ନାଗରିକ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇ ଯୋଗାସନ କରିଥିଲେ । ଏହି ଅବସରରେ ଯୋଗାସନ କରିବାକୁ ଶପଥ ପାଠ କରାଇଥିଲେ ବିଧାୟକ ।