ମାଲକାନଗିରି ଜିଲ୍ଲା ଓଡ଼ିଶା ଆନ୍ଧ୍ର ସୀମାରୁ ପୁଣି ଏକ ମାଓ ଡମ୍ପ ସୁରକ୍ଷା ବାହିନୀ ଠାବ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧିନସ୍ଥ ବେଜିଙ୍ଗୀୱଡ଼ା ଜଙ୍ଗଲ ଭିତରେ ବିଏସଏଫର ୧୪୨ ବାଟାଲିୟନ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଏବଂ ପାହାଡ଼ ଭିତରେ ଥିବା ଏକ ପଥର ଗୁମ୍ଫା ଭିତରେ ମାଓବାଦୀଙ୍କ ଏକ ଡମ୍ପ ସୀମାସୁରକ୍ଷା ବାହିନୀ ପକ୍ଷରୁ ଦେଖିବାକୁ ପାଇଥିଲେ। ବିଏସଏଫ ର ବଡିଗେଟା କ୍ୟାମ୍ପ ଠାରୁ ୯ କିଲୋମିଟର ଦୂରରେ ଥିବା କୁରମାନୁର ଗ୍ରାମ ପଞ୍ଚାୟତର ଡୁଲାଗାଣ୍ଡି ଗ୍ରାମ ନିକଟ ଜଙ୍ଗଲରୁ ଯବାନ ପକ୍ଷରୁ ମାଓ ଡମ୍ପ କୁ ଠାବ କରିବାରେ ସଫଳ ହୋଇଛନ୍ତି। ଦିନେ ମାଓବାଦୀଙ୍କ ଗଡ଼ ଭାବରେ ପରିଚିତ ଏହି ଅଞ୍ଚଳରେ ଯଦିଓ ବର୍ତ୍ତମାନ ନକ୍ସଲ ମାନଙ୍କର ଗତିବିଧି ନାହିଁ। ତଥାପି କ୍ୟାଡ଼ର ଭାବରେ କାର୍ଯ୍ୟ କରୁଥିବା କିଛି ମାଓବାଦୀ ଏହି ଅଞ୍ଚଳରେ ମାଓ ବିସ୍ପୋରକ ସାମଗ୍ରୀ ସହିତ ଅସ୍ତ୍ରଶସ୍ତ୍ର ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ନଜିର ଆସିଥାଏ। ଯବାନ ପକ୍ଷରୁ ୩ଟି ବନ୍ଧୁକ, ଗୋଟିଏ ବ୍ୟାରେଲ,୪ଟି ଇଲେକ୍ଟ୍ରୋନିକ ଡିଟୋନିଟର ୯୮ ଟି ଜିଲୋଟିନ ଷ୍ଟିକ, ସୋଲାର ପ୍ଲେଟ୍, ତାର ବ୍ୟାଟେରୀ ସହିତ ଏଲିପିଜି ଗ୍ୟାସ ସିଲିଣ୍ଡର ସହିତ ଅନେକ ଔଷଧୀୟ ବସ୍ତୁ ବିଏସଏଫ ପକ୍ଷରୁ ଡମ୍ପରୁ ଠାବ କରିବା ପରେ ସ୍ଥାନୀୟ ଅଂଚଳରେ ବିଏସଏଫ ପକ୍ଷରୁ କୁମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି।