ଜୁନ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ, ସାରା ବିଶ୍ୱରେ ଏହି ଦିନକୁ ଯୋଗ ଦିନ ଭାବେ ପାଳନ ହେଉଛି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଭାରତ ବର୍ଷରେ ଏହି ଦିନକୁ ଅନେକ ଉତ୍ସାହରେ ପାଳନ ହେଉଛି, ପ୍ରତ୍ୟେକ ବର୍ଷ ଯୋଗ ଦିବସ ଅଲଗା ଥିବା ବେଳେ ଆଜିର ଯୋଗ ଦିବସକୁ ସରକାରୀ ସ୍ତରରେ ପାଳନ କରାଯାଇଛି . ଆଜି ଅସ୍ତରଙ୍ଗ ବ୍ଲକ ଜାଗୁଳେଇ ପଡିଆରେ ପଞ୍ଚାୟତସମିତି ତରଫରୁ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି, ଏଥିରେ ବ୍ଲକ ଅଧକ୍ଷା ଆରତୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି, ତାଙ୍କ ସହିତ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ, ଅତିରିକ୍ତ ତହସିଲଦାର, ଥାନା ଅଧିକାରୀ ଯୋଗ ଦେଇଛନ୍ତି, ଅସ୍ତରଙ୍ଗ ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଆଜି ଯୋଗ ଦିବସରେ ଯୋଗ ଦେଇ ଯୋଗ ଗୁରୁମାନଙ୍କ ଦ୍ୱାରା ବିଭିନ୍ନ ପ୍ରାଣାୟାମ ଓ ଯୋଗ ଅଭ୍ୟାସ କରିଛନ୍ତି . ଯୋଗ କଲେ ଶରୀର ସୁସ୍ଥ ରୁହେ, ଆଉ ଯୋଗ ହେଉଛି ଆତ୍ମା ପରମାତ୍ମାଙ୍କ ମିଳନର ଏକ ମାଧ୍ୟମ, ଯୋଗ କରିବା ଦ୍ୱାରା ଏକ ସୁସ୍ଥ ସମାଜ ଗଠନ କରିହେବ ବୋଲି ଯୋଗ ଗୁରୁ ପରାମର୍ଶ କରିଛନ୍ତି, ସର୍ବ ଶେଷ ରେ ସମାଜ ସେବୀ ଶ୍ରୀଯୁକ୍ତ ଦିବାକର ଛାଟୋଇ ଧନ୍ୟବାଦ ଅର୍ପଣ କରିବା ସହ ଯୋଗକୁ ପ୍ରତ୍ୟେକ ଲୋକ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମାନଙ୍କୁ ପରାମର୍ଶ ଦେଇଛନ୍ତି.